Odia News Portal

ବିଧାୟକଙ୍କ ସହାୟତାରେ ସୁସ୍ଥ ହୋଇ ଘରକୁ ଫେରିଲେ ପବିତ୍ର

କେନ୍ଦ୍ରାପଡା () ସୁସ୍ଥ ହୋଇ ଘରକୁ ଫେରିଲେ ପବିତ୍ର ବେହେରା। ୧୩ ଦିନ ଧରି କଟକରେ ଚିକିତ୍ସିତ ହୋଇ ପବିତ୍ର ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାରରେ ଖୁସି ଫେରିଛି ।

ସୂଚନାଅନୁସାରେ , ବାପା ଅସୁସ୍ଥ ହେବା ପରେ ପରିବାରର ବୋଝ କାନେ୍ଧଇ ଥିବା ୯ ବର୍ଷର ପ୍ରଥମେଶର ଗୁହାରୀ ଶୁଣି ସହାୟତାର ହାତ ବଢାଇଥିଲେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଜିଲ୍ଲା ପ୍ରଶାସନ ।

ନିଜ ପରିବାରକୁ ବଂଚାଇବା ପାଇଁ ପ୍ରଶାସନ ପାଖରେ ଗୁହାରି କରିଥିଲା କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଆଠବାଟିଆ ଗାଁ ପବିତ୍ର ବେହେରାଙ୍କ ପୁଅ ପ୍ରଥମେଶ ।ବାପା ପବିତ୍ର, ମାଆ ଚମ୍ପାବତୀ ରୋଗାଗ୍ରସ୍ତ ହୋଇ ବିଛଣାରେ ପଡିଯିବା ପରେ ୯ ବର୍ଷର ପ୍ରଥମେଶ ମୁଣ୍ଡରେ ଥିଲା ପୁରା ପରିବାର । ଦିବ୍ୟାଙ୍ଗ ବଡ ଭାଇ ପ୍ରଦ୍ୟୁମ୍ନର ସେବା କରିବା ସହ ବାପାମାଆଙ୍କ ସେବା ସୁଶୁସା କରୁୁଥିଲା ପ୍ରଥମେଶ । ତାର ସେହି ସମସ୍ୟାକୁ ଜଣାଇବା ସହ ପ୍ରଶାସନକୁ ସହାଯ୍ୟ ମାଗିଥିଲା ପବିତ୍ର ବେହେରାଙ୍କ ପୁଅ ପ୍ରଥମେଶ । । ଯେଉଁ ଖବର ଦେଖି ପ୍ରଥମେଶ ବାପାଙ୍କୁ କଟକ ଡାକ୍ତରଖାନାକୁ ପଠାଇଥିଲେ ଜିଲ୍ଲା ପ୍ରଶାସନ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଗଲାବେଳେ ଷ୍ଟ୍ରେଚର ଉଠା ହୋଇ ଆମ୍ବୁଲାନ୍ସକୁ ଯାଇଥିବା ବାପା ଫେରିବା ବେଳେ ଚାଲି ଚାଲି ଘରକୁ ଆସିବା ଦେଖି ପରିବାରର ଖୁସି କହିଲେ ନସରେ ।