ଭୁବନେଶ୍ୱର() ୫ଟି ସଚିବ ଭି.କେ ପାଣ୍ଡିଆନ ଗତକାଲି କୋରାପୁଟ ଓ ରାୟଗଡା ଜିଲ୍ଲା ପରିଦର୍ଶନ କରିବା ପରେ ଆଜି ପୁଣି ଅଚାନକ ଭାବରେ ନୂଆପଡା ଓ କଳାହାଣ୍ଡି ଗସ୍ତ କରି ଏହି ସବୁ ଅଂଚଳରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଓ ‘ମୋ ସରକାର ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପାଣ୍ଡିଆନଙ୍କର ଏହି ଅଚାନକ ଗସ୍ତ ଫଳରେ ଏହି ସବୁ ଅଂଚଳରେ କେବଳ କୋକୁଆ ଭୟ ସୃଷ୍ଟି ହୋଇନାହିଁ ଶୋଇ ରହିଥିବା ପ୍ରଶାସନିକ କଳ ହଠାତ ଚଳଚଂଚଳ ହୋଇ ଉଠିଛି । ପାଣ୍ଡିଆନ ଆଜି ତାଙ୍କ ଟିମ ସହିତ ଆଉ ଜଣେ ବହୁ ଅନୁଭୁତି ସମ୍ପନ୍ନ ଅଭିଜ୍ଞ ପ୍ରଶାସକ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ମୁଖ୍ୟ ପରାମର୍ଶଦାତା ଆର.ବାଲକି୍ରଷ୍ନନଙ୍କୁ ମଧ୍ୟ ସାଙ୍ଗରେ ନେଇ ପାଣ୍ଡିଆନ ଗ୍ରାଉଣ୍ଡ ଜିରୋରେ ‘ମୋ ସରକାର’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରର ସଫଳ ରୂପାୟନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଡାକ୍ତରଖାନା ଠାରୁ ଆରମ୍ଭ କରି ଆରଟିଓ ଅଫିସ ପର୍ଯ୍ୟନ୍ତ ସବୁ ସ୍ଥାନରେ ରୋଗୀ ଓ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ଓ ଭଲମନ୍ଦ ପଚାରି ବୁଝିଛନ୍ତି । ସଚିବଙ୍କର ଏଭଳି କାର୍ଯ୍ୟ କରିବାର ତରିକାରେ ଅଫିସର ମହଲ ମଧ୍ୟ ତପôର ହୋଇ ଉଠିଛି । ଡାକ୍ତରଖାନା ଓ ଆରଟିଓ ଅଫିସରେ ଆଡ୍ଡା ଜମାଇଥିବା ଦଲାଲ ମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ରୋଗୀଙ୍କୁ ଡାକ୍ତରଖାନାରେ ସେବା ଓ ପଥି ନିୟମିତ ମିଳୁଥିବା ଖବର ମିଳିଛି ।

