Odia News Portal

ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ସ୍ଥାପନ କଲା ଓଡିଶା

ଭୁବନେଶ୍ୱର () ହଜାରେ ଛୁଇଁଲା ପ୍ଲାଜମା ଥେରାପି । ଓଡ଼ିଶା କରୋନା ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ସ୍ଥାପନ କରିଛି । ଏପର୍ଯ୍ୟନ୍ତ ଏକ ହଜାର ଲୋକଙ୍କୁ ପ୍ଲାଜମା ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଅତ୍ୟାଧୁନିକ ମେଡିକାଲ ସୁବିଧା ପାଇଁ ଏତେ ସଂଖ୍ୟକ ଲୋକଙ୍କୁ ପ୍ଲାଜମା ଦିଆଯାଇ ପାରିଛି । ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସି ଓଡ଼ିଶାକୁ କରୋନା ବିରୋଧୀ ଲଢ଼େଇରେ ଲଢ଼ିବା ପାଇଁ ସହାୟତା କରିଥିବାରୁ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

 

ସେହିପରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଟ୍ବିଟ କରିଛି । ପ୍ଲାଜମା ଥେରାପିର ସମଗ୍ର ଟିମ୍ ପାଇଁ ଏହା ଏକ ପ୍ରଶଂସନୀୟ ସଫଳତା । ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଆବଶ୍ୟକତା ଥିବା କୌଣସି ରୋଗୀଙ୍କୁ ପ୍ଲାଜମା ଉପଲବ୍ଧ କରାଯାଇଛି ।