Odia News Portal

ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ ଅନୁÂିତ ହୋଇଯାଇଛି । ନିର୍ବାଚନ ସମୟରେ ନକ୍ସଲ ସମସ୍ୟା, ଗୁଇନ୍ଦା ସୂଚନା, ଅର୍ଥ କାରାବାର ଓ ଆଇନ ଶୃଙ୍ଖଳାପରିସ୍ଥିତି ସମ୍ପର୍କରେ ମୁ୍ଖ୍ୟତଃ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏଥିରେ ଓଡିଶା ସମେତ ୬ଟି ରାଜ୍ୟର ପୋଲିସ ଡିଜି ଓ ଏଡିଜିଙ୍କ ସମେତ ଉଚ୍ଚପଦସ୍ତ ପୋଲିସ ଅଫିସର ମାନେ ଯୋଗ ଦେଇଥିଲେ । ରାଜ୍ୟ ଘରୋଇ ବିଭାଗ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କ ସମେତ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଯୋଗଦେଇଥିଲେ ।