Odia News Portal

ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର

ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ । ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଜାମିନ ଥିବା ବେଳେ ସାକ୍ଷୀ ମାନଙ୍କୁ ଧମକାଇ ପାରିବେନି ମହାରଥୀ । ଏହାସହ ପୋଲିସକୁ ଏହି ଘଟଣାରେ ସହଯୋଗ କରିବାକୁ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏହାପୂର୍ବରୁ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗତ ୨୨ ତାରିଖରେ ମହାରଥୀଙ୍କୁ ଗିରଫ କରିଥିଲା ପୋଲିସ ।