ଭୁବନେଶ୍ୱର() ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଦୀର୍ଘ ୨ମାସ ହେଲା ପୁରା ଭାରତ ଲକଡାଉନ ରହିଛି । ପୁରା ଭାରତରେ ଲୋକେ ଘରେ ରହୁଥିବା ବେଳେ କରୋନା ମୁକାବିଲା ପାଇଁ ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ କରୋନା ସହ ଲଢେଇ କରୁଛନ୍ତି ।
ଏହି ପରିସ୍ଥିତିରେ ଆଜି ଟିମ ପ୍ରକାଶ ତ୍ରିପାଠୀ ତରଫରୁ କରୋନା ଯୋଦ୍ଧାର ଅନ୍ୟତମ ସାରଥୀ ଭିଏସସନଗର ବିଏମସି ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ ନର୍ସ ଓ ସମସ୍ତ କର୍ମଚାରୀ ମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ଗଡେଶ୍ୱର ହାଟ ସମ୍ପାଦକ ମନୋରଞ୍ଜନ ସାହୁ, ତି୍ରନାଥ ବସ୍ତି ସଭାପତି ନରେନ୍ଦ୍ର ବିଶ୍ୱାଳ, ଅକ୍ଷୟ ସ୍ୱାଇଁ, କମଳାକାନ୍ତ ରାଉତରାୟ, ସର୍ବଜୀଟ ସାହୁ, ସୁଶାନ୍ତ ମୁଦୁଲି , ବିନୋଦ ସାହୁ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି, ସ୍ମିତା ସିଂ, ସୁଚିତ୍ରା ବେହେରା, ସ୍ନେହଲତା ମୁଦୁଲି, ଦ୍ରୌପଦୀ ଦେବୀ, ପୁଷ୍ପଲତା ରାଉଳ ପ୍ରମୁଖ ଯୋଗଦାନ କରିଥିଲେ ।