ଧର୍ମଶାଳା () ଆଜି ଯୁବ ସଂଖ୍ୟାଲଘୁ ସେଲ ବିଜୁ ଜନତା ଦଳ ତରଫରୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଜନ୍ମଦିନ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ସହର ମାଧାପୁର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦର ପୃଥିବୀ ପରିବେଶ କେବଳ ମନୁଷ୍ୟ ପାଇଁ ନୁହେଁ ବରଂ ସମସ୍ତ ଜୀବଜନ୍ତୁ ବୃକ୍ଷ ଲତାଙ୍କ ପାଇଁ ମଧ୍ୟ ଆବଶ୍ୟକ । ଜଙ୍ଗଲକ୍ଷୟ ଓ ଜୈବ ବିବିଧତା ହ୍ରାସ, ପରିବେଶ ପ୍ରଦୂଷଣ ଓ ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଫଳରେ ମାନବ ସମାଜ ଧୀରେ ଧୀରେ ବିପଦ ମଧ୍ୟକୁ ଟାଣି ହେଇଯାଉଛି । ଏଣୁ ଏହି ସୁନ୍ଦର ପରିବେଶକୁ ସୁସ୍ଥ ରଖିବାର ଏକ ଛୋଟିଆ ପ୍ରୟାସ ଵୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ସଭାପତି ମହମ୍ମଦ ଆମିର ନୈତୃତ୍ବ ଏହି କାର୍ଯ୍ୟ ଅନୁଷ୍ଠିିତ ହୋଇଥିିଲା । ଏହାସହ ଅବରାର ଖାନ, ଅବଦୁଲ ମଟିନ,କୃଷ୍ନ ଚନ୍ଦ୍ର ବେହେରା, ଅଜାରୁୁୁଦିନ ଖାନ, ଏସକେ ଉମରାନ, ଏସକେ ଏହେସାନ, ରିିଆଯାତ ଖାନ, ନଇମ ଖାନ, ଏସକେ କାମରୁୁଲ ଆଦି ଉପସ୍ଥିତ ଥିଲେ ।