Odia News Portal

ପରଲୋକରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ () ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ମସ୍ତିଷ୍କ ଅପରେସନ ପରେ ସେ କୋମାରେ ଥିଲେ । କରୋନାରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ପରଲୋକ ନେଇ ତାଙ୍କର ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି ।

ପ୍ରଣବ ଦା’ ହେଉଛନ୍ତି ଭାରତର ଏମିତି ଏକ ରାଜନେତା ଯାହାଙ୍କର ସବୁ ଦଳର ନେତାଙ୍କ ସହ ଭଲ ସମ୍ପର୍କ ରହିଥିଲା । କଂଗ୍ରେସର ସେ ମେରୁଦଣ୍ଡ ଭାବେ ପରିଗଣିତ ହେଉଥିଲେ । ଦଳର ସମସ୍ତ ବିପଦ ବେଳେ ସେ ହିଁ ଦଳକୁ ସୁରକ୍ଷା ଦେଉଥିଲେ । ଦେଶର ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ପରିଗଣିତ ପ୍ରଣବ ଦା’ ଭାରତର ରାଷ୍ଟ୍ରପତି ଭାବେ ବି ବେଶ ଲୋକପ୍ରିୟ ହୋଇପାରିଥିଲେ ।

୧୯୩୫ ମସିହା ଡିସେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ପ୍ରଣବ ମୁଖାର୍ଜୀ । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ । ପାଂଚ ଦଶନ୍ଧି ଧରି ସେ ଭାରତୀୟ ରାଜନୀତି ସହ ଜଡ଼ିତ ଥିଲେ । ୨୦୧୯ରେ ତାଙ୍କୁ ଭାରତ ରନôରେ ସମ୍ମାନୀତ କରାଯାଇଥିଲା ।