Odia News Portal

ଦରକାର ଯେଉଁଠି ପ୍ରଣବ ସେଇଠି, ତୁଟାଇଲେ ମଙ୍ଗୁ ମଠ ବିବାଦ

ଭୁବନେଶ୍ୱର() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପଞ୍ଜାବ ବିଧାୟକ ସମରଜିତ ସିଂ । ଏହା ସହ ପୁରୀ ମଙ୍ଗୁ ମଠ ନେଇ ପଞ୍ଜାବ ସରକାରଙ୍କ ଯେଉଁ ଭୁଲ ବୁଝାମଣା ଥିଲା ତାହା ବି ଦୂର ହୋଇଛି ବୋଲି ବିଧାୟକ କହିଛନ୍ତି କ୍ଷ ଏନେଇ ପଞ୍ଜାବର ଏକ ଶିଖ୍ ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବ ବିଧାୟକ ଏହା କହିଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରତିନିଧି ଦଳ । ସେମାନଙ୍କ ମନରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଛି କହିଛନ୍ତି । ଏହାସହ ଆଗାମୀ ଦିନରେ ଓଡିଶା ଓ ପଞ୍ଜାବ ମଧ୍ୟରେ ସମ୍ପର୍କ ସୃଦୁଢ ହେବ ସମରଜିତ୍ ସିଂ କହିଛନ୍ତି ।

ପୁରୀର ସୌନ୍ଦଯ୍ୟକରଣ କରିବା ପାଇଁ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଯାଏ ଉଛେଦ ପ୍ରକ୍ରିୟା କରି ପୁରୀକୁ ଏବେ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର କ୍ଷ ନବୀନଙ୍କ ନିର୍ଦେଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପୁରୀ ରେ ରହି ଏସବୁ କାମ କିପରି ସଠିକ ଭାବେ ହେବ ତାର ସୁପରିଚାଳନା କରିଥିଲେ । ଯାହା ଫଳରେ ପୁରୀର ସୌନ୍ଦଯ୍ୟକରଣ ଏବେ ସଭିଙ୍କୁ ଆକୃଷ୍ଟ କରିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ବାସୀଙ୍କୁ ଯେଉଁ ସହଯୋଗ ମାଗିଥିଲେ ପୁରୀ ବାସୀ ବି ସେ ସହଯୋଗ କରିଛନ୍ତି କ୍ଷ ହେଲେ ମଠ ଭାଙ୍ଗିବା ଯେଉଁ ବଡ ଚ୍ୟାଲେଜ ଥିଲା ରାଜ୍ୟ ସରକାରଙ୍କ ତାହା ନବୀନଙ୍କ ନିର୍ଦେଶରେ ଏହାକୁ ସହଜ କରିଛନ୍ତି ପ୍ରଣବ ।

ଯେଉଁଠି ପାଇଁ ଆଜି ପଞ୍ଜାବ ବିଧାୟକ ବି ପ୍ରଣବଙ୍କୁ ପ୍ରଶଂସା କରିଛନ୍ତି । ପଞ୍ଜାବ ବିଧାୟକ କହିଛନ୍ତି ଯେ ପ୍ରଣବ ମୋ ସାନ ଭାଇ । ଓଡ଼ିଶାରେ ଗୁରୁନାନକଙ୍କୁ ଅଧିକ ଶ୍ରଦ୍ଧା କରାଯାଉଛି। ରାଜ୍ୟ ସରକାରଙ୍କୁ ସେଥିଲାଗି ସାଲୁଟ । ନିଜର କାମ ପାଇଁ ପ୍ରଣବ ନବୀନଙ୍କ ପ୍ରିୟ ପାତ୍ର ସାଜିଛନ୍ତି । ଆଉ ଏବେ ପ୍ରଣବକୁ ଭାଇ କରିଛନ୍ତି ପଞ୍ଜାବ ବିଧାୟକ ।