ଓଡ଼ିଶାର ଚଳନ୍ତି ଭଗବାନ ଜଗନ୍ନାଥଙ୍କ ମହିମା ବିଷୟରେ କିଏ ବା ନ ଜାଣେ | ସାରା ଜଗତର ରକ୍ଷାକର୍ତ୍ତା ଅଟନ୍ତି ଆମ ଜଗନ୍ନାଥ | ସବୁ ଓଡ଼ିଆଙ୍କ ମନର ଏଠି ପାଇଁ ଅନେକ ଗର୍ବ ଆମ କାଳିଆ ସାଆନ୍ତ ଙ୍କ ପାଇଁ | ପୁରୀ ଗଲେ କିଏ ବା ଅଭଡ଼ା ଖାଇବା ପାଇଁ ମନ ନକରେ କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କିଛି ଖଳ ପ୍ରକୁତିର ଲୋକ ଜଗନ୍ନାଥ ଙ୍କ ଅଭଡ଼ା କୁ ବହୁ ମୂଲ୍ୟ ରେ ବିକ୍ରି କରିଥାନ୍ତି ଓ ଭକ୍ତ ଙ୍କୁ ଅନେକ ପ୍ରକାର ହଇରାଣ ମଧ୍ୟ କରିଥାନ୍ତି ,କିନ୍ତୁ ବର୍ତମାନ ଆଉ ଜଗନ୍ନାଥ ଅଭଡ଼ା ର ଅଧିକ ମୂଲ୍ୟ ନେଇ ପାରିବେନି କୌଣସି ବ୍ୟକ୍ତି କାରଣ ପ୍ରଶାସନ ବର୍ତମାନ ଏହାର ମୂଲ୍ୟ ନିର୍ଧାରଣ କରିଛି ଯେ କେଉଁ ଅଭଡ଼ା ର ମୂଲ୍ୟ କେତେ ରହିବ |
ଏଠି ପାଇଁ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଆନନ୍ଦ ଲହରୀ ଖେଳି ଯାଇଛି ଯେ ବର୍ତମାନ ତାଙ୍କୁ ଅଭଡ଼ା ଖାଇବା ପାଇଁ ଆଉ ଅଧିକ ମୂଲ୍ୟ ଦେବାକୁ ପଡିବ ନାହିଁ |ଭକ୍ତମାନଙ୍କ ସଚେତନ ପାଇଁ କୁଡୁଆ ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର, ବାଇଶି ପାହାଚ, ଶ୍ରୀମନ୍ଦିର ଚାରିଦ୍ୱାରରେ ଲାଜାଯାଇଛି ଓ ଭବିଷ୍ୟତରେ ସୁଆରମାନେ ଯେମିତି ମନଇଛା ଦରରେ ମହାପ୍ରସାଦ ଦେଇପାରିବେ ନାହିଁ ସେ ପ୍ରତି ବେଶ ଦୃଷ୍ଟି ରଖାଯାଇଛି | ଏହା ବ୍ୟତୀତ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଆଖି ଆଗରେ ରଖି ଜରିପାଲ ନଟାଣିବା ପାଇଁ ବାରଣ କରାଯାଇଛି । ଆନନ୍ଦବଜାର ଭିତରେ ଭକ୍ତ ସୁବିଧାରେ ବସିବା ପାଇଁ ୪୦ଟି ସେଡ୍ ନିର୍ମାଣ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି
ତେବେ ଚାଲନ୍ତୁ ଜାଣିବା କେଉଁ ଦର ରେ ଭକ୍ତ ମନକୁ ଅଭଡ଼ା ମିଳିପାରିବ –
*ବର୍ତ୍ତମାନଠାରୁ ଉତ୍ତମ ଚାଉଳ ବାସୁମତୀରେ ତିଆରି ଅବଢ଼ାର ମୂଲ୍ୟ :*??
ବାଇହାଣ୍ଡି – ୧୬୦୦
ଦାସିଆ ହାଣ୍ଡି – ୯୦୦
ବଡ଼ମଠ କୁଡ଼ିଆ-୫୦୦
ମଠ କୁଡ଼ିଆ – ୨୦୦
ଚକାନମ୍ବରୀ କୁଡ଼ିଆ -୧୫୦
ଜଳା କୁଡ଼ିଆ ୬୦୦
ଭାତ କୁଡ଼ିଆ -୬୦
*ସେହିପରି ମଧ୍ୟମ ଚାଉଳ ଅନ୍ନରେ ତିଆରି ଅବଢ଼ାର ମୂଲ୍ୟ –*??
ଜାଇ ହାଣ୍ଡି -୧୪୦୦
ଦାସିଆ ହାଣ୍ଡି -୭୦୦
କଳା ମଠ କୁଡ଼ିଆ – ୨୦୦
ମଠ କୁଡ଼ିଆ – ୧୨୦
ସ୍ପେଶାସ
ଜାଇ ଘିଅ ଅନ୍ନଥାଳି – ୩୦୦୦
ଦାସିଆ ହାଣ୍ଡି ଥାଳି -୨୦୦୦
ସୂଚନା ଅନୁସାରେ, ଆନନ୍ଦ ବଜାରରେ ଅବଢ଼ାର ରେଟ୍ ଚାର୍ଟ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ନିର୍ଦେଶ ଜାରି କରିଥିଲା । କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ କହିବା ଅନୁସାରେ, ଅବଢା ତାଲିକାରେ ଶ୍ରୀମନ୍ଦିର ପ୍ରଶାସନ ନାଁ ଯୋଡ଼ି କିଏ ଲେଖିଛି ତାହା ଜଣାନାହିଁ ଓ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିନାହିଁ ।ଦେଖିବା ପାଇଁ ବାକି ରହିଲା ପରବର୍ତୀ ପଦକ୍ଷେପ କଣ ହେବ।
