Odia News Portal

ଡିସେମ୍ବରରେ ଖୋଲିବ ଶ୍ରୀମନ୍ଦିର

ପୁରୀ() କରୋନା ପାଇଁ ଶ୍ରୀମନ୍ଦିର ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ସରିଛି ଛତିଶାନିଯୋଗ ବୈଠକ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨ୟ କିମ୍ବା ୩ୟ ସପପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା ରହିଛି । ଏନେଇ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ । କରୋନା ପାଇଁ ସାଧାରଣ ଭକ୍ତମାନଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର ।’

ସେପଟେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ଛତିଶା ନିଯୋଗ ବୈଠକ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ପୁରୀ ଜିଲ୍ଲା ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନାଗାର୍ଜୁନ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେହିବି ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ । କେହି ବି ବାହାର ଲୋକ ସେବାୟତ ବେଶରେ ଆସିଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ ହେବ । ଯେଉଁମାନେ ମନ୍ଦିର ଭିତରକୁ ଯିବେ ମୋବାଇଲ ନେବେନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କହିଛନ୍ତି । ନାଗାର୍ଜୁନ ବେଶ ଦିନ ୨୪ ଘଂଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିପାରେ ।