ପୁରୀ: ଶ୍ରୀମନ୍ଦିର ମଧ୍ୟକୁ ଯାତ୍ରୀ ନେଇ ଯିବା ବେଳେ ପୋଲିସର ସେବାୟତଙ୍କୁ ମାଡ ଅଭିଯୋଗ । ସେବାୟତ ହେଲେ ଭିତର ଛୁ ଭବାନୀ ମହାପାତ୍ର । ତାଙ୍କର ବଙ୍ଗାଳି ଯାତ୍ରୀଙ୍କୁ ନେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବା ବେଳେ ବିଦେଶୀ ଭାବି ଅଟକାଇବା ସହ ପରିଚୟ ପତ୍ର ମାଗିଲା ପୋଲିସ । ତେବେ ସେ ତାଙ୍କ ପରିଚୟ ପତ୍ର ନଥିବା କହିବା ସହ ଭିତର ଛୁ ସେବାୟତ ମଧ୍ୟ ପରିଚୟ ଦେଇଥିଲେ । ତେବେ ପୋଲିସ ଓ ସେବାୟତଙ୍କୁ ଧସ୍ତା ଧସ୍ତୀ ହୋଉଥିବା ଯାହାକି ସିସିଟିଭି ଫୁଟେଜ ରୁ ସ୍ପଷ୍ଟ ଜଣାପଡୁଛି । ତେବେ ପୋଲିସ ଏହାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ବିଶ୍ୱସ୍ତ ସୂଚନା ମିଳୁଛି । ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।