Odia News Portal

ଭୋଟ ହାତେଇବାକୁ ରାହୁଲଙ୍କ ମହିଳା କାର୍ଡ

ଓଡ଼ିଶା ଏବେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ପାଇଁ ରଣଭୂମି ପାଲଟି ଯାଇଛି । କେନ୍ଦ୍ରୀୟ ନେତାମାନେ ତୁହାକୁ ତୁହା ଓଡ଼ିଶା ଗସ୍ତରେ ଆସୁଛନ୍ତି । କହିବାକୁ ଗଲେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରଚାର ଯୁଦ୍ଧ । ସେହିପରି ଆଜି କୋରାପୁଟ ଜୟପୁର ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଓଡିଶାରେ ସରକାର ଗଢିବାକୁ ରାଜ୍ୟବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ତେବେ ଓଡିଶାରେ କଂଗ୍ରେସ ସରକାର ଗଢିଲେ ରାଜ୍ୟବାସୀଙ୍କ ତଥା ଓଡିଶାର ମାଆ ଏବଂ ଭଉଣୀଙ୍କୁ ସମ୍ମାନ ସହ ଅନେକ ସୁବିଧା ମିଳିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ ।

ମହିଳା ଦିବସ ଅବସରରେ ପ୍ରଥମେ ମହିଳା ସମାବେଶରେ ଯୋଗ ଦେଇ ସିଧାସଳଖ ମହିଳାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସ୍ଥାନୀୟ ଗାନ୍ଧି ଛକ ସ୍ଥିତ ଶିବ ସାଇ ଫଙ୍କସନ୍ ହଲରେ କଂଗ୍ରେସ ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମହିଳାଙ୍କ ସହ ଆଲୋଚନା କରିଛନ୍ତି । ସମାଜରେ ମହିଳାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବା ଉଚିତ । ବିଶେଷତ! ଆଦିବାସୀ ଓ ଆର୍ଥିକ ଅନଗ୍ରସର ମହିଳାଙ୍କୁ ମାଗଣା ଶିକ୍ଷା ମିଳିବା ଉଚିତ ।

ରାହୁଲ ଆହୁରି କହିଛନ୍ତି କି, ଯଦି ଓଡିଶାରେ କଂଗ୍ରେସ ସରକାର ଗଢେ ତେବେ ରାଜ୍ୟବାସୀଙ୍କୁ ପ୍ରତିମାସ ମିନିମମ ଗ୍ୟାରେଂଟି ଆମଦାନୀ ଦେବ । ଯେ ପର୍ୟ୍ୟନ୍ତ ଓଡିଶାବାସୀ ଗରିବୀରୁ ନବାହାରିଛନ୍ତି ସେପର୍ୟ୍ୟନ୍ତ ଏହି ଟଙ୍କା ମିଳୁଥିବା ନେଇ ରାହୁଲ କହିଛନ୍ତି ।