Odia News Portal

ଆଜିଠୁ ୫ ଦିନ ପର୍ୟ୍ୟନ୍ତ କାଳବୈଶାଖୀ

ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା ଅଛି । ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ସୁନ୍ଦରଗଡ, ମୟୁରଭଂଜ ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ ।

ଏପଟେ ଅସମ୍ଭାଳ ହେଉଛି ତାତି । ଶନିବାର ୬ଟି ସହରର ତାପମାତ୍ରା ୪୦ଡିଗ୍ରୀ ଟପିଯାଇଛି । ମାଲକାନଗିରିରେ ସର୍ବାଧିକ ୪୨.୬ ଡିଗ୍ରୀ ଟପିଛି ତାପମାତ୍ରା । ସେହିପରି ଟିଟିଲାଗଡରେ ୪୧.୫ଡିଗ୍ରି , ଅନୁଗୁଳରେ ୪୦.୭ ଡିଗ୍ରି ଛୁଇଁଥିଲା ପାରଦ ।