Odia News Portal

ଦୁଇ ଫାଳ ହେଲା ରାଜନଗର ଅଙ୍ଗନୱାଡି ସଂଘ

ରାଜନଗର: ରାଜନଗର ବ୍ଲକରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସଂଘ ଦିଫାଳ ହୋଇଯାଇଛି । ବ୍ଲକ ଅଲଓଡିଶା ଅଙ୍ଗନୱାଡି ଲେଡିଜ ୱାକର୍ସ ଆସୋସିଏସନରେ
କର୍ମୀ ଓ ସହାୟିକାମାନଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ତୋଷରପାତ ଘଟଣା ପଦାକୁ ଆସିବାରୁ ସଂଘ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଛି । ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟର
ଅନୁବନ୍ଧିତ ସଂଘ ଭାବେ ରାଜନଗର ବ୍ଲକରେ ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ପରିଚାଳନା କମିଟି ଗଠନ କରାଯାଇଛି । ଅଙ୍ଗନୱାଡି କର୍ମୀ ମାଣିକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈକରେ ଅଙ୍ଗନୱାଡି କର୍ମୀ ଓ
ସହାୟିକାମାନେ ଯୋଗଦେଇ କମିଟି ଗଠନ କରିଥିଲେ । ସଭାନେତ୍ରୀ ଭାବେ ସତ୍ୟଭାମା ଦାସ, କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଅର୍ଚ୍ଚନା ଦେବନାଥ, ସଂପାଦିକା ମାଣିକ ପ୍ରଧାନ,
ଉପସଭାନେତ୍ରୀ ରୀତାମଂଜରୀ ନାୟକ, ସହ ସଂପାଦିକା ନିର୍ମଳାକୁମାରୀ ବେହେରା, କୋଷାଧ୍ୟକ୍ଷା ଭାବେ ମନୀଷା ମହାନ୍ତିଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।
ଆସନ୍ତା ୧୪ତାରିଖରେ ବିଧାନସଭା ସମ୍ମୁଖରେ ହେବାକୁ ଥିବା ଧାରଣାରୁ ନିବୃତ ରହିବାକୁ ନିଷ୍ପତି ନିଆଯାଇଥିଲା ।