Odia News Portal

ହସ୍ପିଟାଲରେ ଭର୍ତ୍ତି ହେଲେ ରମେଶ ମାଝୀ

ରାଇଘର() ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ି ବଢ଼ି ଚାଲିଥିବା ବେଳେ କରେନା କବଜାକୁ ଆସିଥିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ସେ କରେନାରେ ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ତାଙ୍କୁ ନବରଙ୍ଗପୁର କୋଭିଡ଼ ହସ୍ପିଟାଲରେ ପ୍ରଥମେ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତକିଛି ଦିନ ତଳେ ରମେଶ ମାଝୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ଥିବାରୁ ସେ ହୋମ ଆଇସୋଲେସନରେ ଥିଲେ । କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହୋଇ ଯିବାରୁ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।