Odia News Portal

ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

 ପୁରୀ()   ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ।ପୁରୀ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ବିଡିଂ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର ହୋଇଛି। ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର।ସମସ୍ତ ଟିଭି ଚ୍ୟାନେଲ ମହାପ୍ରଭୁଙ୍କ ଘୋଷଯାତ୍ରାର ଲାଇଭ କରିପାରିବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।ଏଥିପାଇଁ ଚ୍ୟାନେଲମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ।

ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଟିଭିରେ ରଥଯାତ୍ରା ଲାଇଭ୍ ପାଇଁ ପ୍ରଶାସନର ବିଡିଂ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।ପୁରୀର ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଏହି ମାମଲା ଦାଏର କରିଛନ୍ତି। ବିଡିଂ ପ୍ରକ୍ରିୟା ଶ୍ରୀମନ୍ଦିର ଆଇନର ଉଲ୍ଲଂଘନ କରୁଥିବାରୁ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଏଥିରେ ଆବେଦନ କରାଯାଇଛି।