ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଅଟକି ରହିଥିଲା। ତେବେ ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଡିସେମ୍ବର ମାସରେ ସେହି ରୁଟ୍ରେ ରେଳ ଧାରଣାରେ ଫାଟ ଦେଖା ଦେଇଥିଲା।
