ଚିକିତ୍ସା ପାଇଁ ବାହାରିଥିବା ରାଉରକେଲାର ଜଣେ ରେଲବାଇ କର୍ମଚାରୀଙ୍କୁ କୋଲକାତା ରେଲୱେ ଷ୍ଟେସନରେ ହ୍ବିଲ୍ ଚେୟାରଟିଏ ମିଳିଲାନି। ଏମିତିକି ଷ୍ଟ୍ରେଚର୍ଟିଏ ବି ଯୋଗାଇ ଦିଆଗଲାନି। ଫଳରେ ବାଧ୍ୟହୋଇ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚର୍ରେ ଲଦି ତାଙ୍କୁ ଟାଣି ଟାଣି ନିଆଯାଇଛି। ରେଳ ଷ୍ଟେସନ୍ରେ ଜଣେ ରେଲବାଇ କର୍ମଚାରୀଙ୍କୁ ଏଇ ସାମାନ୍ୟ ସୁବିଧା ଦିଆ ନ ଯାଇ ଏଭଳିଭାବେ ଟଣା ହୋଇ ନେବା ଘଟଣା ରାଉରକେଲା ସହରରେ ଆଲୋଡ଼ନ ସୃଷ୍ଟି କରିଛି।
