Odia News Portal

ଗୌରାଙ୍ଗପୁର ପଚାଂୟତରେ ଆମ ପୁଲିସି କାର୍ଯ୍ୟକ୍ରମ

ରଣପୁ : ରଣପୁର ବ୍ଲକ ଅନ୍ତର୍ଗତ ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ପୁଲିସି ତରଫରୁ ଆମ ପୁଲିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜିବି ଦିଲିପ କୁମାର ନନ୍ଦ, ରଣପୁର ଥାନାର ଅନ୍ୟତମ କର୍ମଚାରୀ ଗୋଲଖ ବିହାରୀ ରାଉତ, ପୂର୍ବତନ ସରପଚ ପ୍ରଭାତ କୁମାର ପ୍ରଧାନ, ବରିଷ୍ଠ ସମାଜସେବୀ ସୁରେନ୍ଦ୍ରନାଥ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ  ।

ପୋଲିସ ତରଫରୁ ଅନୁଷ୍ଠିତ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆଇନର ବିଭିନ୍ନ ଦିଗ ଓ ସାମାଜିକ ନୈତିକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୂଖ୍ୟ ଲକ୍ଷ୍ୟ ଥିଲା