Odia News Portal

ଜାଣନ୍ତୁ ରୁଦ୍ରାକ୍ଷର ଧାର୍ମିକ ମହତ୍ୱ

ଭୁବନେଶ୍ୱର() ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି । ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି । ରୁଦ୍ରାକ୍ଷ ସମସ୍ତଙ୍କ ଲଭଦାୟୀ । କିନ୍ତୁ ମୁଖ ଅନୁସାରେ ଏହାର ମହତ୍ୱ ଭିନ୍ନ ଭିନ୍ନ ରହିଥାଏ । ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ଧାରା ରହିଥାଏ । ଧାରା ଅନୁଯାୟୀ ରୁଦ୍ରାକ୍ଷର ମୁଖ ନିର୍ଣ୍ଣୟ ହୋଇଥାଏ ଜ୍ଝ ରୁଦ୍ରାକ୍ଷ ଏକମୁଖୀ ରୁ ଏକୋଇଶ ମୁଖୀ ରହିଛି ।

ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ରୁଦ୍ରାକ୍ଷ ପୂଜା ହୋଇଥାଏ ସେଠାରେ ଅନ୍ନ, ବସ୍ତ୍ର, ଧନର ଅଭାବ ରହେନାହିଁ । ଏମିତି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରନ୍ତି । ବିଶ୍ୱାସ ରହିଛି ଯେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି କିମ୍ବା ପୂଜା କରୁଥିବା ବ୍ୟକ୍ତି ଶେଷ ସମୟରେ ଶରୀରକୁ ତ୍ୟାଗ କରି ଶିବଲୋକରେ ସ୍ଥାନ ପ୍ରାପ୍ତ କରିଥାଏ । ପୁରାଣରେ ଉଲ୍ଲେଖ ରହିଛି ଯେ ସତୀଙ୍କ ଦେହ ତ୍ୟାଗରେ ଶିବ ଅତ୍ୟନ୍ତ ଦୁଖୀ ହୋଇଯାଇଥିଲେ । ଶିବଙ୍କ ଆଖିରୁ ଝରିଥିବା ଲୁହ ଯେଉଁଠାରେ ପଡିଥିଲା ସେଠାରେ ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା । ସେଥିପାଇଁ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତିଙ୍କ ସମସ୍ତ ଦୁଃଖ ଭଗବାନ ଶିବ ହରଣ କରିନିଅନ୍ତି ବୋଲି ବିଶ୍ୱାସ ରହିଛି ।

ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ରୁଦ୍ରାକ୍ଷ ଧାରଣର ଅନେକ ମହତ୍ୱ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ରୋଗାକ୍ରାନ୍ତ ହେବାର ସବୁଠାରୁ ବଡ କାରଣ ଗ୍ରହମାନଙ୍କର ପ୍ରତିକୂଳତା । ରୁଦ୍ରାକ୍ଷ ଧାରଣ କରିବାରୁ ଗ୍ରହଙ୍କ ପ୍ରତିକୂଳତା ଦୂର ହୋଇଥାଏ । ଶନିଙ୍କ ସାଢେସାତି ହେଉ କିମ୍ବା ଶନି ଚନ୍ଦ୍ରମାଙ୍କୁ ପୀଡିତ କରି ଆପଣଙ୍କୁ କଷ୍ଟ ଦିଅନ୍ତୁ, ରୁଦ୍ରାକ୍ଷ ସବୁ ଦୃଷ୍ଟିରୁ ଫଳଦାୟୀ ହୋଇଥାଏ ।
ଯଦି କୁଣ୍ଡଳୀରେ କଳସର୍ପ ଦୋଷ ଥାଏ ଏବଂ ଜୀବନରେ ସମସ୍ୟା ଦେଖାଦିଏ ତାହେଲେ ରୁଦ୍ରାକ୍ଷ ଧାରଣ କଲେ ଅନୁକୂଳ ଫଳ ପ୍ରାପ୍ତ ହୋଇଥାଏ । ଯଦି କୌଣସି ଶୁଭ ଦିନରେ ଗଙ୍ଗା ସ୍ନାନ କରିବାକୁ ଚାହୁଁଛନ୍ତି ଏବଂ କୌଣସି କାରଣବଶତଃ ଗଙ୍ଗାକୂଳକୁ ଯାଇ ନ ପାରନ୍ତି ତାହେଲେ ରୁଦ୍ରାକ୍ଷକୁ ମୁଣ୍ଡରେ ରଖି ଭଗବାନ ଶିବଙ୍କୁ ଧ୍ୟାନ କଲେ ଗଙ୍ଗା ସ୍ନାନର ଫଳ ପ୍ରାପ୍ତ ହୋଇଥାଏ ।