6ରେ ବାଚସ୍ପତିଙ୍କୁ ଦେବେ ଇସ୍ତଫାପତ୍ର
ଭୁବନେଶ୍ବର () : କୋରାପୁଟ ବିଧାୟକ କୃଷ୍ଣ ସଗରିଆ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେୁଛନ୍ତି । ଏହାପରେ ସେ ଗାଁ ଗାଁ ବୁଲି ଦଳିତଙ୍କ ପ୍ରତି ସରକାର କରୁଥିବା ଅନ୍ୟାୟର ପ୍ରତିବାଦ ବିଷୟକୁ ପ୍ରଚାର କରିବେ । ଏ ସରକାର ଦଳିତଙ୍କ ବିରୋଧୀ ବୋଲି ଓଡ଼ିଶାରର ଜନତାକୁ ସଚେତନ କରିବେ ।
ଭୁବନେଶ୍ବରଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ଏ ଭିତରେ କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ଏକ ବର୍ଷ ବିତିଛି । ନିଜ ଉପରେ ହୋଇଥିବା ଗଣବଳାକ୍ରାର ବିଷୟରେ ନ୍ୟାୟ ମାଗି ବିଫଳ ହେବା ପରେ ସେ ଶେଷରେ ଆତ୍ମହତ୍ୟା କରିଥିଲେ । ଏହା ବାଦ ମଧ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହୋଇଛନ୍ତି । ଏହା ସାରା ଓଡ଼ିଶା ପାଇଁ ଏକ ନିନ୍ଦନୀୟ ବିଷୟ ।
ଯେହେତୁ ସେ ଜଣେ ଦଳିତ ବର୍ଗର ଏବଂ କୁନ୍ଦୁଲି ପୀଡ଼ିତା ତାଙ୍କ ନିର୍ବାଚନ ମଣ୍ଡଳୀର ସେ ଏଥିପାଇଁ ନିଜକୁ ଲଜ୍ଜିତ ବୋଧ କରୁଛନ୍ତି । ଜଣେ ଲୋକପ୍ରତିନିଧି ହୋଇ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଉଥିବା କହିଛନ୍ତି ।
ଶଗଡ଼ିଆ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବାକୁ ବିଧାନସଭାକୁ ଯାଇଥିଲେ । ସେଠାରେ କିନ୍ତୁ ବାଚସ୍ପତି ଅନୁପସ୍ଥିତ ଥିବାରୁ ସେ ଇସ୍ତଫାପତ୍ର ପ୍ରଦାନ କରିପାରି ନାହାନ୍ତି । ଆସନ୍ତା ୬ ତାରିଖରେ ବାଚସ୍ପତି ଫେରିବା ପରେ ତାଙକ୍ୁ ସାକ୍ଷାତକରି ନିଜର ଇସ୍ତଫା ପ୍ରଦାନ କରିବେ ବୋଲି ଶ୍ରୀ ଶଗଡ଼ିଆ କହିଛନ୍ତି ।