Odia News Portal

ରାଜ୍ୟରେ ଯଥେଷ୍ଟ ପରିମାଣର କରୋନା ଔଷଧ ମହଜୁଦ ରହିଛି

ଭୁବନେଶ୍ୱର()  କରୋନା ଭୟାବହତା ନେଇ କୈ।ଣସି ଡ଼ରିବାର ନାହିଁ । ସେଥିଲାଗି   ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲା ଭଳି ଅଧିକ କରୋନା ପ୍ରଭାବିତ ଜିଲ୍ଲା ଗୁଡିକରେ ରୋଗୀ ମାନଙ୍କ ଲାଗି ଯଥେଷ୍ଟ ବେଡ଼ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।  ଏହାସହ ସେ କହିଛନ୍ତି ଯେ ଏହି ୩ଟି ଜିଲ୍ଲାରେ ୧୦୦୦ ବେଡ଼୍ ବଢ଼ାଯାଇଛି । ଏହାସହ ରାଜ୍ୟବାସୀମାନେ ନଡ଼ରି ନିଶ୍ଚିନ୍ତ ରହିବାକୁ କୁହାଯାଇଛି । ରାଜ୍ୟରେ ଯଥେଷ୍ଟ ପରିମାଣର କରୋନା ଔଷଧ ମହଜୁଦ ରହିଛି । ଅମ୍ଳଜାନର କୌଣସି ଅଭାବ ମଧ୍ୟ ନାହିଁ । କୋଭିଡ଼ ଭ୍ୟାକସିନ ଖୁବଶୀଘ୍ର ଆସିବ ବୋଲି ସରକାର କହିଛନ୍ତି ।

ଅନ୍ୟପଟେ ପ୍ଲାଜମା ଥେରାପି ଭଲ କାମ କରୁଛି । ୩୩ଜଣ ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇିଥିଲା । ୩୩ଜଣଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହେଉଛନ୍ତି ଓ ୮ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ମୁକାବିଲା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୫୪ଟି ଲାବ୍ରୋଟରୀରେ କୋଭିଡ଼ ଟେଷ୍ଟିଂ ଚାଲିଛି । ଆଣ୍ଟିଜେନ ଟେଷ୍ଟିଂ ମଧ୍ୟ ବହୁମାତ୍ରାରେ ଚାଲିଛି । ଗଞ୍ଜାମରେ ୧୫୦୦ରୁ ୨୦୦୦ ଟେଷ୍ଟିଂ କରାଯାଉଛି । ଅଧିକ ପଜିଟିଭ୍ ବାହାରିବାରୁ ଟେଷ୍ଟିଂ ବଢ଼ାଯାଇଛି । କରୋନା ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟିଂ କରାଇବା ଜରୁରୀ ବୋଲି କୁହାଯାଇଛି । ଭିନ୍ନ ସମୟରେ ଜଣେ ଲୋକର ଭିନ୍ନ ରିପୋର୍ଟ ଆସିପାରେ । ତେଣୁ ରାଜ୍ୟରେ କୋଭିଡ଼ ଟେଷ୍ଟିଂ ସଠିକ ରୂପେ ଚାଲିଛି । ଏହା ଆମ ପାଇଁ ଏକ ଭଲ ଖବର ଯେ ରାଜ୍ୟର ୬୦ ବର୍ଷରୁ ଅଧିକ ମାତ୍ର ୭ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି ।