Odia News Portal

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଆସିବ

ଭୁବନେଶ୍ୱର() ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍ ମାମଲା ଆସିବ। ଏନେଇ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍ଏମ୍ଆର୍ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫ ଦିନ ତଳେ ଦିନକୁ ୧ହଜାର ଟେଷ୍ଟ ହେଉଥିଲା। ଏବେ ୮ଟି ଲ୍ୟାବ୍ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଛି। ଗୁରୁବାର ସୁଦ୍ଧା ଆମେ ୫୦ହଜାରରୁ ଅଧିକ ସାମ୍ପଲ ଟେଷ୍ଟ କରିଛୁ। ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଜଣାପଡ଼ିବ। ଏହାର ଅର୍ଥ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିବା। ତ୍ୱରିତ ଟେଷ୍ଟ ଦ୍ୱାରା ଆମେ ୪ ଶହ ଲୋକଙ୍କୁ ସଂକ୍ରମଣ ହେବାରୁ ରକ୍ଷା କରିଛୁ। ଅଧିକ ପଜିଟିଭ୍ ଆସିଲେ ଭୟଭୀତ ନ ହେବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି।