Odia News Portal

ଶଶୀଙ୍କ ମାଷ୍ଟର ଷ୍ଟ୍ରୋକରେ ଗଡ଼ଫାଦର ଚିତପଟାଙ୍ଗ

ବଳିଷ୍ଠ ନେତୃତ୍ୱ ଆଗରେ କାମଦେଲାନି ବିଦ୍ରୋହୀ ଙ୍କ ବିଦ୍ରୋହ 

କେନ୍ଦ୍ରାପଡାରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଚର୍ଚ୍ଚା କିନ୍ତୁ ଥମିବାର ନାଁ ଧରୁନାହିଁ । କେନ୍ଦ୍ରାପଡା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଶଶୀ ଭୂଷଣ ବେହେରାଙ୍କ ସଫଳ ଗୋଟିଚାଳନା ବିରୋଧୀଙ୍କ ନିଦ ହଜାଇ ଦେଇଛି । ସତ ଚେଷ୍ଟା ପରେ ମଧ୍ୟ କେନ୍ଦ୍ରାପଡା ରାଜନୀତିରେ ନିଜକୁ ଗଦଫାଦର ବୋଲାଉଥିବା ରାଜନେତାଙ୍କ ଅକଲ ଗୁଡୁମ କରିଦେଇଛନ୍ତି ଶଶୀ । ନିଜ ସମର୍ଥିତ ପ୍ରାର୍ଥୀ ତଥା ପଳସିଂହା ପଞ୍ଚାୟତର ସମିତି ସଭ୍ୟ ଶିବ ପ୍ରସାଦ ଭଳ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଶଶୀଭୂଷଣଙ୍କ ବଳିଷ୍ଠ ନେତୃତ୍ୱ ଓ ଦବଦବା ପୁଣି ଥରେ ପ୍ରମାଣିତ ହୋଇଛି ।

ସୂଚନାଯୋଗ୍ୟ ଶିବପ୍ରସାଦ ବିଜେଡି ସମର୍ଥିତ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଥିଲେ। ନିର୍ବାଚନ ତାରିଖ ଘୋଷଣା ହେବାଦିନଠୁ ଶିବପ୍ରସାଦଙ୍କ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲେ ବି ବିଧାୟକ ଶେଷ ମୁହୂର୍ତ୍ତ ଯାଏଁ ତାଙ୍କ ନାଁକୁ ଖୋଲାଖୋଲି ଘୋଷଣା କରି ନ ଥିଲେ। ବିଦ୍ରୋହ ଆଶଙ୍କାରେ ଖୁବ ମାପିଚୁପି ଗୋଟି ଚାଳନା କରିଥିଲେ । କିନ୍ତୁ ପରେ ତାହା ହିଁ ହୋଇଥିଲା । ଶିବପ୍ରସାଦଙ୍କ ବିରୋଧରେ ଭରତପୁର ପ˚ଚାୟତର ସମିତି ସଭ୍ୟ ହେମନ୍ତ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଇଥିଲା ଏକ କୁଚକ୍ରି ଗୋଷ୍ଠୀ । ଦଳବିରୋଧୀ କାର୍ଯ୍ୟ ପାଇଁ ବିଦ୍ରୋହୀ ପ୍ରାର୍ଥୀ ହେମନ୍ତଙ୍କୁ ବିଜେଡି ରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ବର୍ତ୍ତିଯାଇ ଥିଲେ ଗଡ଼ଫାଦର । ବିଜୟୀ ଶିବ ପ୍ରସାଦଙ୍କୁ ୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ହେମନ୍ତଙ୍କୁ ମିଳିଥିଲା ୯ ଖଣ୍ଡ ଭୋଟ । ଗୋଟିଏ ଭୋଟ ନାକଚ ହୋଇଥିବା ଜଣାପଡିଛି । ସେହିପରି ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ପହଞ୍ଚିବା ଯୋଗୁଁ ଅନ୍ୟ ୫ ସମିତି ସଭ୍ୟ ଭୋଟ ଦାନରୁ ବଞ୍ଚିତ ହୋଇଥିବା ଜଣାପଡିଛି।

ଦଳରେ ରହି ଦଳୀୟ ପ୍ରାର୍ଥୀଙ୍କ ଗୋଛି କାଟୁଥିବା ଓ ଦଳରେ ବିଦ୍ରୋହ ର ମଞ୍ଜି ବୁଣୁଥିବା କେନ୍ଦ୍ରାପଡାର ଏହି ଗଡ଼ଫାଦରଙ୍କ ସମ୍ପର୍କରେ ସୁପ୍ରିମୋଙ୍କ ନିକଟରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ବାଲେଶ୍ଵରରେ ଜୀବନ ପ୍ରଦୀପ ଦାସଙ୍କ ଦ୍ୱାରା ବିଷ ମଞ୍ଜି ବୁଣିବା, ତିର୍ତ୍ତୋଲ ପର୍ଯ୍ୟବେକ୍ଷକ ନିଯୁକ୍ତିରେ ରାଜନୈତିକ ଅଭିଶନ୍ଧି ରଖିବା ଓ କେନ୍ଦ୍ରାପଡା ଜିଲ୍ଲା ବିଜେଡିରେ ଗୃହ ଶତ୍ରୁ ବିଭୀଷଣ ସାଜିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଏହି ନେତାଙ୍କ ନାମରେ । ତେବେ ଦେଖିବାକୁ ବାକି ରହିଲା ଦଳ କେବେ ଏହି ଗୃହଶତ୍ରୁକୁ ଚିହ୍ନଟ କରିବା ସହ ନିଜ କଲା କର୍ମ ପାଇଁ ଉପଯୁକ୍ତ ଶାସ୍ତି ଦେବ ।

 କ୍ରାଇସିସ ମ୍ୟାନେଜର ସାଜିଲେ ସତ୍ୟପ୍ରକାଶ

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଧାୟକ ଶଶୀଭୂଷଣ ବେହେରା ସଠିକ ଗୋଟି ଚାଳନା କରିଥିଲେ ମଧ୍ୟ ଗେମ ପ୍ଲାନ ବନାଇଥିଲେ ତାଙ୍କ ପୁଅ ତଥା ଯୁବନେତା ସତ୍ୟପ୍ରକାଶ ଓରଫ ଗୁଡୁ । ସମିତି ସଭ୍ୟ ମାନଙ୍କ ସହ ରାତି ତମାମ ଆଲୋଚନା କରିବା ସହ ବିରୋଧୀଙ୍କ ନିଦ ହଯାଇ ଦେଇଥିଲେ ସତ୍ୟପ୍ରକାଶ । ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ଯେ, ବିଦ୍ରୋହୀ ପକ୍ଷ କିଛି ବୁଝିବାରେ ମଧ୍ୟ ସମର୍ଥ ହୋଇନଥିଲେ । ଦଳ ପ୍ରତି ବିପଦ ଥିବା ଆଶଙ୍କା କରି ନିଜ ଗାଡ଼ିରେ ବିଧାୟକ ଙ୍କ ପୁଅ ସମିତି ସଭ୍ୟ ମାନକୁ ଭୋଟ ଦେବାକୁ ନେଇଥିଲେ । ତାଙ୍କର ଏହି ଚତୁରତା ପାଇଁ ବିଜୟର ସିରିପା ପିନ୍ଧିଥିଲା ବିଜୁ ଜନତା ଦଳ । ଆଉ ନିର୍ବାଚନ ପରେ ସଭିଙ୍କ ମୁହଁରେ ଥିଲା ଗୋଟିଏ କଥା, ” ପୁଅ ହେବ ତ ଏମିତି “