ଭୁବନେଶ୍ୱର: ସମ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ୧୫ବର୍ଷର ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ। ଝିଅ ର ନାମ ସ୍ବତୀପ୍ରଜ୍ଞା ବେହେରା । ସକାଳୁ ଝିଅଟିର ମୃତ୍ୟୁ ହୋଇଥିଲେ ମଧ୍ୟ ସମ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ଖର୍ଚ୍ଚ ଦାବିକରି ମୃତ ଦେହ ଛାଡୁ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ।
