Odia News Portal

ସିଙ୍ଗିଙ୍ଗ ସେନସେସନ ସୋନାଙ୍କ ଯାଦୁରେ ଝୁମିଲେ ଦର୍ଶକ

ଭୁବନେଶ୍ୱର () ଭୁବନେଶ୍ୱର ସିଟି ଫେଷ୍ଟିଭାଲର ତୃତୀୟ ସଂଧ୍ୟା, ନାଚିଲେ, ଗାଇଲେ, ଓ ନଚେଇଲେ ବଲିଉଡ଼ କଣ୍ଠଶିଳ୍ପୀ ସୋନା ମହାପାତ୍ର। ପିଲାଦିନେ ନିଜର ଅନୁଭୂତି ଓ ମାକୁ ବୋଉ ବୋଲି ଡାକିବାର ପୁରୁଣା ସ୍ମୃତି ଦୋହରାଇଥିଲେ ସୋନା।

10 ରୁ 15 ହଜାର ଦର୍ଶକଙ୍କ ଉପସ୍ଥିତି ଓ ସୋନାଙ୍କ ସଙ୍ଗୀତରେ କମ୍ପୁଥିଲା ପଦର୍ଶନୀ ପଡିଆ। ଓଡ଼ିଶାର ବହୁ ଚର୍ଚ୍ଚିତ ରଙ୍ଗବତୀ ଗୀତର ବିବାଦୀୟ ମୁହୂର୍ତ୍ତ ନେଇ କ୍ଷମା ମାଗିଲେ ଓ ରଙ୍ଗବତୀ ଗୀତ ବି ଗାଇଲେ । ସୋମବାର ସୋନାଙ୍କ ସଙ୍ଗୀତ ଦର୍ଶକଙ୍କୁ ଉତ୍ସାହିତ କରିଥିବା ବେଳେ ସୋନା ଭୁବନେଶ୍ୱରକୁ ପ୍ରଶଂସା କରିବାକୁ ଭୁଲିନଥିଲେ।

ନିଜେ ଗାଇଥିବା କୋକ ଷ୍ଟୁଡିଓର ପୀୟାରେ ପୀୟାରେ ଗୀତଗୁଡିକୁ ସୁନ୍ଦର ଭାବେ ପରିବେଷଣ କଲେ। ଦର୍ଶଙ୍କ ପାଇଁ ଉର୍ଦୁରେ ମେରେ ରସକେ କମର ଗୀତ ଗାଇବାକୁ ଭୁଲିନଥିଲେ।ଓଡ଼ିଆ ଭଜନ ଆରେ ମୋ ନୀଳମଣି ତୁ ମୋ ଜୀବନ ଧନ ଗୀତକୁ ଏକ ନୂଆ ଅନ୍ଦାଜରେ ପରିବେଷଣ କଲେ ।

ଅନ୍ୟ ରାଜ୍ୟର ଆଞ୍ଚଳିକ ଗୀତକୁ ମଧ୍ୟ ସୁନ୍ଦର ଭାବରେ ଗାଇ ଦର୍ଶକଙ୍କ ମନ ମୋହିଲେ ସୋନା। 23 ବର୍ଷରେ ସାରେ ଗା ମା ପା ଭଳି ଜାତୀୟ ସ୍ତରର ପ୍ଲାଟଫର୍ମରେ ଜଜ ହେବା ଗୌରବର ମୁହୂର୍ତ କିନ୍ତୁ ଓଡିଶାରୁ ଶୁଭେଚ୍ଛୁଙ୍କ ପର୍ଯ୍ୟାପ୍ତ ବାର୍ତ୍ତା ମିଳିନଥିବାରୁ କ୍ଷୋଭ ପ୍ରକାଶ କଲେ ସୋନା।