ଭୁବନେଶ୍ୱର() ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ତଥା ବିଜେଡି ନେତା ସୁବାସ ଚୌହାନ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାରେ ଭେଣ୍ଟିଲେଟରରେ ରହିଛନ୍ତି । ତାଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇଥିଲା ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସେ କର୍କଟ ରୋଗରେ ପୀଡିତ ଅଛନ୍ତି ।
ସେ ବିଜେପି ପକ୍ଷରୁ ୨୦୧୪ ନିର୍ବାଚନରେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ପରାଜୟ ହୋଇଥିଲେ । ପରେ ସେ ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ବିଜେଡି ସରକାର ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଭାବେ ନିଯୁକ୍ତ କରିଥିଲେ ।