Odia News Portal

ସମ୍ କୋଭିଡ ହସ୍ପିଟାଲରୁ ପୁଣି ସୁସ୍ଥ ହେଲେ ୮୬ ବର୍ଷୀୟା ମହିଳା

ଭୁବନେଶ୍ୱର() ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠ ମହିଳା ଏହି ମାରାତ୍ମକ ଭାଇରସ୍କୁ ପରାସ୍ତ କରିଛନ୍ତି ।

ଢେଙ୍କାନାଳର ୮୬ ବର୍ଷୀୟା ଶ୍ରୀମତି ନିରୁପମା ମହାପାତ୍ର କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଶାରୀରିକ ଅସୁସ୍ଥତା ଥିଲା । କରୋନା ପଜିଟିଭ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ହଠାତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡ଼ିବାରୁ ପ୍ରଥମେ ଢେଙ୍କାନାଳ ସରକାରୀ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତେବେ କିଛି ସମୟ ମଧ୍ୟରେ ଢେଙ୍କାନାଳରୁ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।

ସମ୍ କୋଭିଡ ହସ୍ପିଟାଲ୍ରେ ଏହି ବୟସ୍କା ମହିଳାଙ୍କର ଉତମ ଯତ୍ନ ନେଇଥିଲେ ଡାକ୍ତର ଓ ନର୍ସମାନେ । ସମ୍ କୋଭିଡ ଟିମ୍ର ସଫଳ ଚିକିତ୍ସା ଫଳରେ ଶ୍ରୀମତି ମହାପାତ୍ର ସୁସ୍ଥ ହୋଇ ନିଜ ଗୃହକୁ ଫେରିଯାଇଛନ୍ତି । ମା’ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପୁଅ ଶ୍ରୀ ଇତିକାନ୍ତ ମହାପାତ୍ର ।