Odia News Portal

ସମରେ କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୟୋଜ୍ୟେଷ୍ଠ

ଭୁବନେଶ୍ୱର()  କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଂଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ସମ୍ କୋଭିଡ ହସ୍ପିଟାଲ୍‌ରେ । ସମ୍ କୋଭିଡ୍ ହସ୍ପିଟାଲ୍‌ରୁ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ବର୍ଷୀୟ ବୃଦ୍ଧ ଶ୍ରୀ ନଟବର ଦାଶ ।
କଟକ ଜିଲ୍ଲା କିଶୋର ନଗର ଅଂଚଳର ୯୭ ବର୍ଷୀୟ ଶ୍ରୀ ନଟବର ଦାସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ବ୍ୟାଧି ମଧ୍ୟ ରହିଥିଲା । କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ସମ୍ କୋଭିଡରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ।
ତେବେ ସମ୍ କୋଭିଡ ଟିମ୍‌ର ଅପ୍ରାଣ ଉଦ୍ୟମ, ଉତମ ଚିକିତ୍ସା ଓ ଯତ୍ନ ଫଳରେ କରୋନାରୁ ସୁସ୍ଥ ହୋଇଛନ୍ତି ଏହି ୯୭ ବର୍ଷୀୟ ବୟସ୍କ ବ୍ୟକ୍ତି ଜଣକ । ଗତ ନଭେମ୍ବର ୧୮ ତାରିଖରେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତି ହୋଇଥିବା ବେଳେ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଘରକୁ ଫେରିବା ସମୟରେ ନଟବର ସମ୍ କୋଭିଡ୍ ଟିମ୍‌କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ତାଙ୍କ ପୁଅ ଶ୍ରୀ କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ନଟବରଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି ।