ପୁରୀ() ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ ।ଆଉ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ । ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ ।ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇପଡ଼ିଛି ଶ୍ରୀକ୍ଷେତ୍ରରେ ।
ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଛି। ତିନିଠାକୁର ଶ୍ରୀଭୁଜ, ଶ୍ରୀପୟର ସହିତ ବଡ଼ତଢ଼ାଉ ନାମକ କଣ୍ଠମାଳା, ରତ୍ନପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମକୁଟ, ପଦ ପଲ୍ଲବ, ମୁଦି, କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି, କାନ୍ତ, ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାରର ରତ୍ନ ଅଳଙ୍କାରେ ସଜ୍ଜିତ ହୋଇ ଦର୍ଶନ ଦେବେ ମହାପ୍ରଭୁ ।ଆଜି ସୁନା ବେଶ ସରିବା ପରେ ଆସନ୍ତା ୧୪ ତାରିଖରେ ଅଧରପଣା ନୀତି ଓ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।