ପୁରୀ () ଆସନ୍ତାକାଲି ସୁନାବେଶ ।ଶୃଙ୍ଖଳା ରକ୍ଷା ପାଇଁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ରଥ ରଥଯାତ୍ରା ଓ ବାହୁଡା ଯାତ୍ରା ହୋଇଛି ।ତେବେ ପୁରୀରୁ ଏହି ସୁନାବେଶ ସିଧା ପ୍ରସାରଣ ଏହି ଲିଙ୍କ ମାଧ୍ୟମରେ ଦେଖିପାରିବେ ।
https://youtu.be/_FeIi0f-A-k
ସୁଚନା ଅନୁସାରେ, ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଥିଲା ରଥ ପଥ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ରଥାରୁଢ଼ ହୋଇ ଫେରିଛନ୍ତି । ପ୍ରଥମ ଥର ବିନା ଭକ୍ତରେ ସଂପନ୍ନ ହୋଇଛି ବାହୁଡ଼ା ଯାତ୍ରା ।
କଟକଣା ପାଇଁ ଏଥର ବଡ଼ଦାଣ୍ଡରେ ହୋଇପାରିଲାନି ଭକ୍ତ ଓ ଭଗବାନଙ୍କ ମିଳନ । ହେଲ କମ୍ ନଥିଲା ଭକ୍ତି ଭାବ । ସେବାୟତମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଭିଡ଼ି ନେଇଥିଲେ ରଥ ।