Odia News Portal

ସୁପ୍ରିୟାଙ୍କୁ ‘ଲାଡଲି ମିଡ଼ିଆ ଆୱାର୍ଡ -୨୦୨୦ ପୁରସ୍କାର

ଭୁବନେଶ୍ୱର() ଜାତୀୟ ସ୍ତରରେ ଓଡ଼ିଆ ମହିଳା ସାମ୍ବାଦିକଙ୍କୁ ମିଳିଛି ସ୍ୱୀକୃତି । ଓଡ଼ିଆ ନ୍ୟୁଜ୍ ଚାନେଲ୍ ନକ୍ଷତ୍ର ରେ କାର୍ଯ୍ୟରତ ଜଣାଶୁଣା ବରିଷ୍ଠ ଆଙ୍କର୍ ତଥା ପ୍ରଡ୍ୟୁସର୍ ସୁପ୍ରିୟା ଦାଶ ଚଳିତବର୍ଷର ‘ଲାଡଲି ମିଡ଼ିଆ ଆୱାର୍ଡ-୨୦୨୦’ ରେ ସମ୍ମାନିତ ହୋଇଛନ୍ତି ।
ନକ୍ଷତ୍ର ଚାନେଲ୍ ରେ ପ୍ରସାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ରାହା” ରେ ସୁପ୍ରିୟାଙ୍କ ଦ୍ୱାରା ସଞ୍ଚାଳିତ ‘ କାଳି ଝିଅ ନୁହେଁ କି ସୁନ୍ଦରୀ’ ଶୀର୍ଷକ ଏପିସୋଡ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୁପ୍ରିୟାଙ୍କ ଉପସ୍ଥାପନାକୁ ବିଚାରକମଣ୍ଡଳୀ ବେଶ୍ ପ୍ରଶଂସା କରିଛନ୍ତି ।
ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି ।