ଭୁବନେଶ୍ୱର() ବିଧାନସଭାରେ ଜୁଲାଇ ମାସରେ ହେବାକୁ ଥିବା ସମସ୍ତ କମିଟି ବୈଠକକୁ ବାତିଲ କରି ଦିଆଯାଇଛି । ଏସମ୍ପର୍କରେ ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , କରୋନା ସ୍ଥିତିକୁ ଦେଖି କମିଟି ବୈଠକ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଗତ ମାର୍ଚ୍ଚ ୩୦ରେ ବିଧାନସଭାର ବୈଠକ ବସିଥିଲା । ଏସମ୍ପର୍କରେ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତି ନିଆଯାଇଛି । ସେହିପରି ବୈଠକର ୬ ମାସ ମଧ୍ୟରେ ବିଧାନସଭା ବସିବା କଥା । ଏନେଇ ପରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।
ସମ୍ପ୍ରତି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିଲେ ହେଁ ସ୍ଥାନୀୟ ସଂସ୍ପର୍ଶ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକି ଏବେ ଚିନ୍ତାର କାରଣ ପାଲଟିଛି ।