Odia News Portal

ଉଠିଲା ନିଲମ୍ବନ ଆଦେଶ

ସୁନ୍ଦରଗଡ() ରାଜ୍ୟ ସରକାର ସସପେଣ୍ଡ କରିଥିବା ସୁନ୍ଦରଗଡର ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଆଜି ସସପେଣ୍ଡ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ତାଙ୍କୁ ସୁନ୍ଦରଗଡର ଜିଲ୍ଲା ମୁଖ୍ୟ ଚିକିସôାଳୟର ସିନିୟର କନ୍ସଲ୍ଟାଣ୍ଟ୍ ଭାବେ ନୂଆ ନିଯୁକ୍ତି ଦିଆଯାଇଛି।

ଗତ ୧୩ ତାରିଖ ଦିନ ପଙ୍କଜ କୁମାର ପଟେଲଙ୍କୁ ରାଜ୍ୟ ସରକାର କାର୍ୟ୍ୟରେ ଅବହେଳା ଅଭିଯୋଗରେ ନିଲମ୍ୱନ କରିଥିଲେ। ସେହି ଦିନ ୫ଞ ସଚିବ ଭିକେ ପାଣ୍ଡିଆନ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯାଇଥିଲେ ଏବଂ ଡାକ୍ତରଖାନାର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସେ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଓ କିଛି ପରୀକ୍ଷା ବାହାରେ କରାଯାଉଥିବାରୁ ୫ଞ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।