କନ୍ଧମାଳ ଜିଲାକୁ ଶନିବାର ଦିନିକିଆ ଗସ୍ତରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା ଆସିଥିଲେ। ଫୁଲବାଣୀ ଓ ଦାରିଙ୍ଗବାଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଥମେ ଫୁଲବାଣୀରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ସେବା, ବାର୍ଦ୍ଧକ୍ୟ ରୋଗ ଜନିତ ସେବା ୱାର୍ଡ଼, ଔଷଧ ପ୍ରତିରୋଧ ଯକ୍ଷ୍ମା ରୋଗୀ ସେବା କେନ୍ଦ୍ର, ରକ୍ତ ଶିକୁଳି ରୋଗୀ ସେବାକେନ୍ଦ୍ର, ଡିଜିଟାଲ୍ ରୋଗୀ ପଞ୍ଜୀକରଣ ସେବାକୁ ଉଦ୍ଘାଟନ କରିଥିଲେ। ଏହା ସହିତ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପ୍ରସବ ଯାନ ଏବଂ ବାଇକ୍ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଥିଲେ। ବାଲନ୍ଦାପଡ଼ା ଚିକିତ୍ସା କେନ୍ଦ୍ର ପାଇଁ ମାତୃତ୍ୱ ପ୍ରତୀକ୍ଷାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲାରେ ଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ।
ନିକଟ ଭବିଷ୍ୟତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ହେବ। ଏହା ପୂର୍ବରୁ ପ୍ଲାନ ପ୍ରସ୍ତୁତ କରି ସେଠାରେ ଉତ୍ଥାପନ କଲେ ଜିଲାକୁ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବା ଦିଗରେ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଜେନା କହିଥିଲେ। ନିକଟରେ ୧୯୫୦ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଥିବା ସେ ସୂଚନା ଦେବା ସହିତ ସ୍ବାସ୍ଥ୍ୟସେବା ସମ୍ପର୍କିତ ଅନ୍ୟାନ୍ୟ ପଦବୀ ଯଥାଶୀଘ୍ର ପୂରଣ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଫୁଲବାଣୀ ବିଧାୟକ ଦୁଗୁନି କହଁର ସିଟି-ସ୍କାନ୍ ମେସିନ୍ ସ୍ଥାପନ, ରେଡ଼ିଓଲୋଜିଷ୍ଟ ପଦବୀ ପୂରଣ, ଜିଲାରେ ମେଡ଼ିକାଲ୍ କଲେଜ୍ ପ୍ରତିଷ୍ଠା ଆଦି ଦାବି ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ପ୍ରମୁଖ ସେମାନଙ୍କ ଦାବି ରଖିଥିଲେ। ଜିଲାପାଳ ଡ. ବୃନ୍ଦା ଡି. ସ୍ବାଗତ ଭାଷଣ ଦେଇଥିଲେ। ସେହିପରି ଅପରାହ୍ନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମନ୍ତ୍ରୀ ଜେନା ପହଞ୍ଚିଥ