Odia News Portal

୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ୯ ଜିଲ୍ଲାକୁ ହିଟ୍-ୱେଭ୍ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ସମ୍ବଲପୁର ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସହରରେ ପାରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡର ତାପମାତ୍ରା ସର୍ବୋଚ୍ଚ ୪୫.୫ ଡି଼ଗ୍ରୀ ସେଲସିୟସ ରହିଥିବାବେଳେ ସୁନ୍ଦରଗଡ଼ ସର୍ବନିମ୍ନ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।