ସାତକୋଶିଆ ବାସିନ୍ଦା ଓ ବନ ବିଭାଗର ନିଦ ହଜାଇଦେଇଥିବା ସୁନ୍ଦରୀକୁ ଅଣାଯିବ ନନ୍ଦନକାନନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ବିଶେଷଜ୍ଞ ଟିମକୁ ଚକମା ଦେଇ ବାରମ୍ବାର ଖସିଯାଉଛି ବାଘୁଣୀ । ବନବିଭାଗ ବି ସୁନ୍ଦରୀକୁ ଧରିବାକୁ ଯାଇ ନାକେଦମ୍ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଖୁବଶୀଘ୍ର ଟ୍ରାଂକ୍ୟୁଲାଇଜ୍ କରି ଧରାହେବ ସୁନ୍ଦରୀ ଓ ଧରାଯିବା ପରେ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାହେବ । ତେଣୁ ସୁନ୍ଦରୀକୁ ନେଇ ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ଗତକିଛି ଦିନ ହେଲେ ସୁନ୍ଦରୀକୁ ନେଇ ସାତକୋଶିଆରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପରିକି ଜୀବନହାନିର ମଧ୍ୟ ଆଶଙ୍କା କରିଛନ୍ତି ସାଧାରଣ ବାସିନ୍ଦା । ତେବେ ଉତେଜନାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ ଟିମ୍ ସହାୟତାରେ ବନ ବିଭାଗ ସୁନ୍ଦରୀକୁ ଧରିବାକୁ ଉଦ୍ୟମ କରିଥିଲା । କିନ୍ତୁ ବାରମ୍ବାର କର୍ମଚାରୀଙ୍କୁ ଚକମା ଦେଇ ଖସିଯାଇଥିଲା ସୁନ୍ଦରୀ । ତେବେ ଆଗକୁ ୨ ଦିନ ମଧ୍ୟରେ ସୁନ୍ଦରୀ ଧରାଯିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।
ବନ ବିଭାଗ କିନ୍ତୁ ଦିନରାତି କସରତ ଚଳାଇଛି। ଗତକାଲି ସୁନାବେଡ଼ାରୁ ଏକ ସ୍ବୟଂଚାଳିତ ଯନ୍ତା ଆଣାଯାଇଛି। ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଦଳ ମଧ୍ୟ ଗତକାଲି ଅନୁଗୁଳରେ ପହଞ୍ଚିଛନ୍ତି। ‘ସୁନ୍ଦରୀ’ ବେକରେ ଯେଉଁ ଯନ୍ତ୍ର ଲଗାଯାଇଛି, ତାହା ମାଧ୍ୟମରେ ତିନି କିଲୋମିଟର ପରିଧି ମଧ୍ୟରେ ହିଁ ଟ୍ରାକ କରାଯାଇପାରିବ। କିନ୍ତୁ ସୁନ୍ଦରୀକୁ ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ କରିବା ପାଇଁ ବନବିଭାଗକୁ କଷ୍ଟକର ହେଉଛି। ମଧ୍ୟପ୍ରଦେଶରୁ ଆସିଥିବା ଟିମ୍ ସ୍ଥାନୀୟ ଅଧିକାରୀମାନଙ୍କୁ ସହିତ ମିଶି ଆଜିଠାରୁ ସୁନ୍ଦରୀକୁ ଧରିବା ପାଇଁ ଅଭିଯାନ ଚଳାଇବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.