Odia News Portal

ନିର୍ଦ୍ଦାରିତ ସମୟ ଭିତରେ କାମ ସାର

ଭୁବନେଶ୍ୱର—ତିତଲି ପ୍ରଭାବିତ ଅଂଚଳରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ସଚିବାଳୟରେ ତିତଲି ପ୍ରଭାବିତ ଅଂଚଳର ରିଲିଫ, ଥଇଥାନ, ସହାୟତା ବଂଟନ, ଓ ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ । ଆସନ୍ତା ୫ ଦିନ ମଧ୍ୟରେ ପର୍ଯ୍ୟବେକ୍ଷକ ମାନେ ସପୃକ୍ତ ଅଂଚଳ ଗସ୍ଥ କରି କାର୍ଯ୍ୟ ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୁଚନା ଦେଇଥିଲେ । ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ନସାରିଲେ ଦାୟୀତ୍ୱରେ ଥିବା ଅଫିସର ମାନଙ୍କ ପିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ସୁଚନା ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ଆଦିତ୍ୟ ପ୍ରସାଦ ପାଢୀ ଉନ୍ନୟନ କମିଶନର ଆର ବାଲକ୍ରିଷ୍ନନ, ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଶାସନ ସଚିବମାନେ ଯୋଗଦେଇଥିଲେ ।