Odia News Portal

ଏଣିକି ଆମ୍ବୁଲାନ୍ସ ଅଟକାଇଲେ ୧୦ ହଜାର ଜରିମାନା

ଭୁବନେଶ୍ୱର()  ଏଣିକି ସଂଶୋଧିତ ମୋଟର ଯାନ ଆଇନରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନକୁ କଡ଼ାକଡ଼ି ପାଳନ କରାଯିବ। କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡ଼ିକୁ ରାସ୍ତା ନ ଛାଡ଼ିଲେ, ୧୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ। ଯେଉଁ ବାଇକ୍ କିମ୍ବା କାର୍ ଚାଳକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ୁ ନ ଥିବେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ପରିବହନ ବିଭାଗକୁ ଚିଠି ଲେଖିବ ପୁଲିସ।

ସେପଟେ ଗତକାଲି ଟ୍ରାଫିକ୍ ଜାମ୍ କାରଣରୁ ଆମ୍ବୁଲାନ୍ସ ଭିତରେ ୫ବର୍ଷ ଶିଶୁର ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହ ନେଇଛି ମହିଳା ଓ ଶିଶୁ ଆୟୋଗ। ଆୟୋଗ ପକ୍ଷରୁ ଟ୍ରାଫିକ୍ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ଘଟିଲା, କ୍ୟାପିଟାଲ ହସ୍ପିଟାଲରୁ ନାଲ୍କୋ ଛକ ମଧ୍ୟରେ କେଉଁଠି କେଉଁଠି ଆମ୍ବୁଲାନ୍ସ ଅଟକିଥିଲା, କାହିଁକି ଅଟକିଥିଲା, ସେ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି।