Odia News Portal

ଅମାନିଆଙ୍କୁ ସାବାଡ଼ କଲା ପ୍ରଶାସନ

ଉମରକୋଟ: ଲକଡାଉନରେ ଉମରକୋଟ ସହରରେ ଦୋକାନ ଖୋଲି ବେପାର କରୁଥିଲେ, ହଠାତ ପହଞ୍ଚିଗଲା ପୋଲିସ । ଆଉ କାଟିଲା ମୋଟା ଅଙ୍କର ଫାଇନ୍ । ଲକଡାଉନରେ ବାରମ୍ବାର ବାରଣ କରିବା ସତ୍ତ୍ୱେ ଦୋକାନ ଖୋଲି ବେପାର କରୁଥିବା ଦୁଇଜଣ ଅମାନିଆ ଦୋକାନୀଙ୍କଠାରୁ ୧୫ହଜାର ଟଙ୍କା ଜୋରିମାନା କାଟିଥିବା ବେଳେ ଏକ ମୋବାଇଲ ଦୋକାନକୁ ସିଲ କରିଛି ଉମରକୋଟ ପ୍ରଶାସନ ।

ଅମାନିଆଁଙ୍କା ସାବାଡ଼ କରିବା ଲାଗି ଉମରକୋଟ ସହରରେ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ କରାଯାଉଛି । ଲୋକଙ୍କୁ ସଚେତନ କରିବା ଲାଳଗି ମଧ୍ୟ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଏହାରି ଭିତରେ କିଛି ଅମାନିଆ ବ୍ୟବସାୟୀ ଦୋକାନ ଖୋଲୁଛନ୍ତି । ଏମାନଙ୍କୁ ସାବାଡ କରିବା ଲାଗି ମୋଟା ଅଙ୍କର ଫାଇନ କାଟୁଛି ପ୍ରଶାସନ । ଉମକୋଟର ଅତିରିକ୍ତ ତହସିଲଦାର ରମେଶଚନ୍ଦ୍ର ପୂଜାରୀ ଏବଂ ଥାନା ଅଧିକାରୀ ନରେଶ ପ୍ରଧାନ ଉପସ୍ଥିତ ଥିଲେ । ଆଗାମୀଦିନରେ ଯେଉଁମାନେ କୋଭିଡ ନିୟମ ଏଭଳି ଅବମାନନା କରିବେ ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ କଟାଯିବ ବୋଲି ସୂଚନା ଦେଇଛି ପ୍ରଶାସନ ।