ଭୁବନେଶ୍ୱର() ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗର ଅଫିସର ଓ ଅନ୍ୟାନ୍ୟ ଷ୍ଟାଫମାନେ ସେମାନଙ୍କର ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଭିଜିଲାନ୍ସ ନିଦେ୍ର୍ଧଶକ ଡ. ଦେବାଶିଷ ପାଣିଗ୍ରାହୀ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତି୍ରପାଠୀଙ୍କୁ ଭେଟି ୧୩,୦.୧୩୭ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ ଏହି ବଦାନ୍ୟତା ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗର ଅଫିସର ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ କୋଭିଡ-୧୯ ବିରୁଦ୍ଧରେ ଲଢେଇ ଜାରୀ ରଖିବାକୁ ପରାମର୍ଶ ଦେଇଛନ୍ତି ଏବଂ ସବୁଆଡେ ସାମାଜିକ ଦୂରତ୍ୱ ଓ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।