Odia News Portal

ମେଗା ମହିଳା ଡିଲରସିପ୍ ସମ୍ମେଳନ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ (ଆଇସିସି) ଦ୍ୱାରା ଏକ ଷ୍ଟେଟ୍ଚା ପ୍ଟରରେ ଗଠନ କରାଯାଇଥିବା ଆଇସିସି ୱିମେନ୍ସ ଏଟଂରପି୍ରନୁ୍ୟଅର୍ସିପ୍ କମିଟି (ଆଇଡବ୍ଲୁ୍ୟଇସି)କୁ ଉଦ୍ଘାଟନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତକୁ ପାଳନ କରିବା ପାଇଁ ହୋଟେଲ୍ସ୍ ୱସ୍ତି ପ୍ରିମିୟମ୍ ଠାରେ ପ୍ରଥମ ମେଗା ମହିଳା ଲିଡରସିପ୍ ସମ୍ମିଳନୀ ଆୟୋଜନ କରାଯାଇଛି । ତାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟର ୪୦ ଜଣ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରଶ୍ନୋତର କାର୍ଯ୍ୟକ୍ରମ, ମହିଳା ନେତୃତ୍ୱ ମଣ୍ଡଳୀ ସହିତ ଏକ ପ୍ୟାନେଲ୍ ଆଲୋଚନା ଏବଂ ଏକ ବିଜନେସ୍ ନେଟ୍ୱର୍କିଂ ଅଧିବେଶନ ଆୟୋଜନ କରାଯାଇଛି ।

ସେ କହିଛନ୍ତି , ଦେଶରେ ଆଇସିସିର ପ୍ରଥମ ମହିଳା ଉଦ୍ୟୋଗୀ କମିଟି ଓଡ଼ିଶାରେ ଗଠନ କରାଯାଇଥିବା ଜାଣି ମୁଁ ବହୁତ ଖୁସି । ଏହା ହେଉଛି ବିଭିନ୍ନ କ୍ଷେତ୍ରର ମହିଳାମାନଙ୍କୁ ନେଇ ଗଠନ କରାଯାଇଥିବା ଏକ ବିବିଧ କମିଟି ଯାହା ଆଲୋଚନା ମାଧ୍ୟମରେ ଏକଜୁଟ ହୋଇ ଆଗକୁ ବଢ଼ିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ଆମ ସରକାର ସର୍ବଦା ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଛି । ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ମିଶନ ଶକ୍ତି, ଷ୍ଟାର୍ଟ ଅପ୍ ଓଡ଼ିଶା ଓ ସ୍କିଲଡ୍ ଇନ୍ ଓଡ଼ିଶା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।’’

ଆଇଡବ୍ଲୁ୍ୟଇସିରେ ବର୍ତମାନ ୪୦ ଜଣ ଉଦ୍ୟମୀ ମହିଳା ସଦସ୍ୟା ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ବିଶାଳ କାରବାର ପରିଚାଳନା କରୁଥିବା ପ୍ରମୁଖ ମହିଳା ବିଜ୍ନେସ୍ ଲିଡରଙ୍କ ଠାରୁ ଆରମ୍ଭ କରି ମହିଳା ଉଦ୍ୟମୀ ଓ କର୍ପୋରେଟ୍ ଲିଡର ଆଦି ସାମିଲ ଅଛନ୍ତି । ୧୦ ଜଣ କୋର୍ ଆଡ୍ଭାଇଜରି କମିଟି ମେମ୍ବରଙ୍କ ସହ ମିସ୍ ସୁକ୍ରିତି ପଟ୍ଟନାୟକ କନ୍ଭେନର୍ ଭାବେ ଓ ଚିଦାତ୍ମିକା ଖଟୁଆ କୋ- କନ୍ଭେନର ଭାବେ ଏହି କାଉନ୍ସିଲର ନେତୃତ୍ୱ ନେଉଛନ୍ତି ।

ଆଇଡବ୍ଲୁ୍ୟଇସି ଆସନ୍ତା ବର୍ଷ ପାଇଁ ଏକାଧିକ କାର୍ଯ୍ୟକ୍ରମର ଯୋଜନା ରଖିଛି । ଏଥିରେ ମହିଳା ଉଦ୍ୟମୀଙ୍କ ଦ୍ୱାରା ବାଣିଜ୍ୟ ମେଳା, ଦେଶର ପ୍ରମୁଖ ବିଜ୍ନେସ୍ ଲିଡରଙ୍କ ଦ୍ୱାରା ସେମିନାର, ଇଣ୍ଡଷ୍ଟ୍ରୀ ଭିଜିଟ୍, ୱିମେନ୍ସ ଏଣ୍ଟରପି୍ରନୁ୍ୟଅର୍ସିପ୍ ଆୱାର୍ଡ, ଡିଜିଟାଲ ମାର୍କେଟିଙ୍ଗ୍, ବ୍ରାଣ୍ଡ ବିଲ୍ଡିଙ୍ଗ୍, ନେଟ୍ୱର୍କିଙ୍ଗ ସେସନ୍ ଓ ୱର୍କ ଲାଇଫ୍ ବାଲାନ୍ସ ଆଦି ସାମିଲ ରହିଛି ।