Odia News Portal

ପ୍ରଥମ ଟି୨୦ ଜିତିଲା ଭାରତ

କଲମ୍ବୋ: ପ୍ରଥମ ଟି୨୦ ଜିତିଲା ଭାରତ। ଘରୋଇ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଛି। ୧୬୫ ରନର ଲକ୍ଷକୁ ପିଛା କରିବାକୁ ଯାଇ ୨୨୬ରେ ଅଲଆଉଟ ହୋଇଛି ଦଳ। ୩ ମାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ୱିକେଟ ନେଇଥିଲେ। ସେପଟେ ସୂର୍ୟ୍ଯ କୁମାର ଯାଦବ ୫୦ ରନ କରିଛନ୍ତି।

ଭାରତ ପ୍ରଥମେ ବ୍ଯାପି କରି ୨୦ ଓଭର ଖେଳି ୧୬୪ ରନ କରିଥିଲା। ଦଳ ପକ୍ଷୀରୁ ସୂର୍ୟ୍ଯ ୫୦ ରନ କରିଥିବା ବେଳେ ଧାରଣ ୪୬ ରନ କରିଛନ୍ତି। ସାମସନ ୨୭ ରନ କରିଥିବା ବେଳେ ବାକି ଖେଳାଳୀ ଭଲ ଖେଳି ନଥିଲ। ୧୬୫ ରନର ପିଛା କରିବାକୁ ଯାଇ ୧୨୬ରେ ଅଲଆଉଟ ହୋଇଛନ୍ତି। ଦଳର ୭ଜଣ ଦୁଇ ଅଙ୍କ ଛୁଇଁ ନାହାଁନ୍ତି। ଭୁବି ୪ଟି ୱିକେଟ ନେଇଥିବା ବେଳେ ଦିପକ ଚହର ୨ଟି ୱିକେଟ ନେଇଛନ୍ତି। ବାକି ବୋଲରମାନେ ଗୋଟିଏ ଲେଖା ୱିକେଟ ନେଇଛନ୍ତି।