Odia News Portal

ଡ଼ିସେମ୍ବରରେ ପ୍ରାୟେ ଅଧା ଦିନ ବ୍ୟାଙ୍କ ବନ୍ଦ, ପଢନ୍ତୁ ତାଲିକା

ନୂଆଦିଲ୍ଲୀ() ଆସନ୍ତାକାଲିଠୁ ନୂଆ ତଥା ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି । ଏଥର ରାଜ୍ୟରେ ଡିସେମ୍ବର ମାସରେ ୧୨ ଦିନ ବ୍ୟାଙ୍କ ହଲିଡେ ପଡୁଛି । ଯଦି ଆପଣ ଆଗାମୀ ମାସ ପାଇଁ ପ୍ଲାନିଂ କରୁଛନ୍ତି ତେବେ ଏହି ଲିଷ୍ଟ ନିଶ୍ଚୟ ଚେକ୍ କରନ୍ତୁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଡିସେମ୍ବର ମାସରେ ପଡୁଥିବା ଛୁଟି ତାଲିକା ପୂର୍ବରୁ ଜାରି ହୋଇସାରିଛି । ସବୁ ରବିବାର ତ ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ । ଏହା ସହ ମାସର ଦ୍ୱିତୀୟ ତଥା ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଏହା ବ୍ୟତୀତ ଅନ୍ୟ କିଛି ପର୍ବପର୍ବାଣି ଯୋଗୁଁ ମଧ୍ୟ ଛୁଟି ରହିବ ବ୍ୟାଙ୍କ ।

ଏହି ତାଲିକା ଦେଶର ଭିନ୍ନ ଭିନ୍ନ ରାଜ୍ୟର ବ୍ୟାଙ୍କ ଛୁଟି ତାଲିକା ଦର୍ଶାଉଛି । ତେବେ ଯଦି ଓଡ଼ିଶା କଥା କହିବା ରାଜ୍ୟରେ ସମସ୍ତ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଡିସେମ୍ବର ୨୫ ତାରିଖ କ୍ରିସମସ୍ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ରାଜ୍ୟରେ ଡିସେମ୍ବର ମାସରେ ସମୁଦାୟ ୭ ଦିନ ବନ୍ଦ ରହିବ ବ୍ୟାଙ୍କ ।

ଡିସେମ୍ବର ୧- ନାଗାଲାଣ୍ଡରେ ରାଜ୍ୟ ସ୍ଥାପନା ଦିବସ ଛୁଟି, ଅରୁଣାଚଳ ପ୍ରଦେଶରେ ଫେଥ୍ ଦିବସ ଛୁଟି
ଡିସେମ୍ବର ୩- କର୍ଣ୍ଣାଟକରେ କନାକଡସା ଜୟନ୍ତୀ, ତ୍ରିପୁରାରେ ୱର୍ଲ୍ଡ ଡିସେବଲ୍ଡ ଡେ, ଗୋଆରେ ୠରବଗ୍ଦଗ୍ଧ କ୍ଟଲ ଝଗ୍ଧ. ୠrବଦ୍ଭମସଗ୍ଦ ଢବଙ୍ଖସrରଡେ ଛୁଟି
ଡିସେମ୍ବର ୫- ଶେଖ ମୋହମ୍ମଦ ଅବ୍ଦୁଲାଙ୍କ ଜନ୍ମଦିନ ଛୁଟି
ଡିସେମ୍ବର ୬ –ରବିବାର
ଡିସେମ୍ବର ୧୨-ଦ୍ୱିତୀୟ ଶନିବାର
ଡିସେମ୍ବର ୧୩-ରବିବାର
ଡିସେମ୍ବର ୧୮ –ଛତିଶଗଡରେ ଗୁରୁଘାସୀ ଦାସ ଜୟନ୍ତୀ ଛୁଟି, ମେଘାଳୟରେ ୟୁ ସୋସୋ ଥାମର ପୁଣ୍ୟତିଥି
ଡିସେମ୍ବର ୧୯- ଗୋଆ ଲିବରେସନ ଡେ, ପଞ୍ଜାବରେ ଗୁରୁ ତେଗ୍ ବାହାଦୁର ଜୀ ଶହୀଦ ଦିବସ
ଡିସେମ୍ବର ୨୦-ରବିବାର
ଡିସେମ୍ବର ୨୫-କ୍ରିସମସ(ସାରା ଦେଶରେ ବ୍ୟାଙ୍କ ଛୁଟି)
ଡିସେମ୍ବର ୨୭-ରବିବାର
ଡିସେମ୍ବର ୩୦- ସିକ୍କିମରେ ତାମୁ ଲୋସର, ମେଘାଳୟରେ ୟୁ କିୟାଙ୍ଗ ନଙ୍ଗୱାହ, ମଣିପୁରରେ ନ୍ୟୁ ଇୟର ଇବ୍ ଛୁଟି