Odia News Portal

ବାରଣାସୀ ଯିବେ ମୋଦୀ


ଡିସେମ୍ବର ୧୩ ଓ ୧୪ ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ øା ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ଧାମର ଉଦଘାଟନୀ ଉତ୍ସବରେ ସାମିଲ ହେବେ । ଏହି କାର୍ୟ୍ୟକ୍ରମକୁ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଗଙ୍ଗା ପରିକ୍ରମଣ ବେଳେ ଉପସ୍ଥିତ ରହିବାର କାର୍ୟ୍ୟକ୍ରମ ରହିଛି ।
୧୪ ତାରିଖରେ ମୋଦୀ କାର୍ୟ୍ୟକ୍ରମରେ ସାମିଲ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଉତ୍ତମ ଶାସନ ପ୍ରସଙ୍ଗରେ ଏହି ଆଲୋଚନା ହେବ । ଏଥିରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ପାଇଁ କିଛି ଗୁରୁମନ୍ତ୍ର ଦେଇପାରନ୍ତି । ଭାକସିନେସନ୍ ଉପରେ ମଧ୍ୟ ଜୋର୍ ଦେବେ ପ୍ରଧାନମନ୍ତ୍ରୀ ।


ଏହି ଦୁଇ ଦିନିଆ ଗସ୍ତରେ ମୋଦୀ ସ୍ୱାରଭେଦ ମହାମହିମ ଧାମ , ବିହଙ୍ଗମ ୟୋଗ କେନ୍ଦ୍ର ବୁଲି ଦେଖିବା ସହ ୧୪ ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ବାରଣାସୀ ଗସ୍ତ ପୂର୍ବରୁ ଆସନ୍ତା ୭ ତାରିଖରେ ମୋଦୀ କିଛି ପ୍ରକଳ୍ପର ଉଦଘାଟନ କାର୍ଯ୍ୟରେ ମଧ୍ୟ ଯୋଗଦେବେ