ମୁମ୍ବାଇ: କରୋନା ସମୟରେ ହ୍ୟାଟ୍ରିକ କଲା ହଲିଉଡର ୨ ସିନେମା| ହଲିଉଡର ୨ ସିନେମା ‘ଏ କ୍ୱାଇଟ ପ୍ଲେସ ପାର୍ଟ 2’ ପ୍ରଥମ ସପ୍ତାହରେ ଏହା ୪୮ ମିଲିୟନ୍ ଡଲାର୍ ରୋଜଗାର କରି ଏକ ବଡ଼ ଧରଣର ରେକର୍ଡ ସୃଷ୍ଟି କରିଛି | ଏହି ଚଳଚ୍ଚିତ୍ର ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବହୁତ ଭଲ ବ୍ୟବସାୟ କରିଛି | କରୋନା ଅବଧି ଆରମ୍ଭରୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସର୍ବୋତ୍ତମ ବ୍ୟବସାୟ କରିଛି |ସେହିଭଳି ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗଡଜିଲ୍ଲା ଭର୍ସେଜ୍ କଙ୍ଗ’ ପ୍ରଥମ ସପ୍ତାହ ଶେଷରେ ୩୨ ମିଲିୟନ୍ ଡଲାର୍ ଆୟ କରିଥିଲା ।ଆଉ ଏହି ଫିଲ୍ମ ଧିରେ ଧିରେ ୧୦୦ ମିଲିୟନ୍ ଡଲାରରେ ପହଞ୍ଚୁଛି।

ତିନି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଏ କ୍ୱାଇଟ ପ୍ଲେସ’ ‘ଏ କ୍ୱାଇଟ ପ୍ଲେସ ପାର୍ଟ 2’ ଚଳଚ୍ଚିତ୍ରର ଏକ ସିକ୍ୱେଲ ଅଟେ। ନିର୍ମାତାମାନେ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ ପାଇଁ ୧୭ ମିଲିୟନ୍ ଡଲାର୍ ଖର୍ଚ୍ଚ କରିଥିବାବେଳେ ଏଥର ଫିଲ୍ମ ‘ଏ କ୍ୱାଇଟ ପ୍ଲେସ ପାର୍ଟ 2 ‘ ୬୧ ମିଲିୟନ୍ ଡଲାର ହେବ ବୋଲି କୁହାଯାଉଛି। ଫିଲ୍ମ ଏ କ୍ୱାଇଟ ପ୍ଲେସ ପାର୍ଟ 2 ଗତ ବର୍ଷ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା।
