Odia News Portal

ଚନ୍ଦା ହୋଇଗଲେଣି ଚକଲେଟ ହିରୋ

ମୁମ୍ବାଇ() ବଲିଉଡ୍ର ଚକୋଲେଟ୍ ହିରୋ ଅକ୍ଷୟ ଖନ୍ନା ବହୁତ ବଦଳିଗଲେଣି।ମାତ୍ର ୪୪ ବର୍ଷରେ ତାଙ୍କ ମୁହଁରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼ୁଛି। ଚନ୍ଦା ହୋଇଗଲେଣି ଅକ୍ଷୟ । ତାଙ୍କ ସମସାମୟିକ ଅନ୍ୟ ନାୟକମାନେ ଏବେ ବି ଫିଟ୍ ଥିବା ବେଳେ ଚଳଚ୍ଚିତ୍ରର ଲିଡ୍ ରୋଲରେ ନଜର ଆସୁଥିବା ବେଳେ ସେ ପୁରାପୁରି ଅନ୍ଫିଟ୍ ଲାଗୁଛନ୍ତି।

ଅକ୍ଷୟ ବର୍ଡର, ତାଲ, ହମରାଜ୍, ହଙ୍ଗାମା, ହଲଚଲ, ରେସ୍, ତିସ୍ ମାର ଖାନ୍, ଦିଲ ଚାହତା ହୈ, ୩୬ ଚାଇନା ଟାଉନ, ଦହକ, ଦିଓ୍ବାନଗି, ଢ଼ିଶୁମ୍ ଭଳି ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ସେ ଉଭୟ ନାୟକ ଏବଂ ଖଳନାୟକ ଭୂମିକାରେ ବେଶ ନାମ କମାଇଛନ୍ତି। ଆଗାମୀ ଦିନରେ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ’ସେକ୍ସନ ୩୭୫’ ରିଲିଜ ହେବାକୁ ଯାଉଛି।