Odia News Portal

ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ

ବଲିଉଡର କପୁର ପରିବାର ପାଇଁ ଖୁସି ଖବର। ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ। ବାପା ହେବେ ରଣବୀର କପୁର। ଏନେଇ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ୍ ଶୀଘ୍ର ସେମାନଙ୍କର ବେବି ଆସିବାକୁ ଯାଉଛି। ସେ ଏବଂ ରଣବୀର ଖୁବ୍‌ ଶୀଘ୍ର ଦୁଇରୁ ୩ ହେବାକୁ ଯାଉଛନ୍ତି। ଏହି ଖବର ପରେ ଆଲିଆ ଏବଂ ରଣବୀରଙ୍କ ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇଯାଇଛନ୍ତି। ଆଲିଆଙ୍କ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ବିଭିନ୍ନ ମହଲରୁ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରକାଶ ଥାଉକି, ଚଳିତ ବର୍ଷ ଏପ୍ରିଲ ୧୪ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇଥିଲା। ବିବାହର କିଛି ମାସ ମଧ୍ୟରେ ଦୁଇ ଷ୍ଟାର ଦମ୍ପତି ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ଏହି ଖବର ପରେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳିଯାଇଛି।