Odia News Portal

ଆଗୁଆ ଜାମିନ ଆବେଦନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଜାତିଆଣ ମନ୍ତବ୍ୟ ଅଭିଯୋଗରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସଂସଦ ପତି ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ୍ ପାଇବା ପରେ ବର୍ଷା ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ସମେତ ତାଙ୍କ ମା’ ଦୀପା ସାହୁ ଓ ଜଣେ ଝିଆରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଆଜି ୩ ଜଣ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅନୁଭବଙ୍କ ଦିଲ୍ଲୀସ୍ଥିତ କ୍ୱାର୍ଟରରେ ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଚଳିତ ମାସ ୨୨ତାରିଖରେ ମାମଲା ରୁଜୁ କରିଛି । ତେବେ ଅନୁଭବଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ଏହି ଘଟଣା ୨୦୧୯ ଜୁଲାଇ ୯ ତାରିଖରେ ଘଟିଥିଲା । ବର୍ଷା, ତାଙ୍କ ମା’ ଓ ଝିଆରୀ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା, ଧମକଚମକ ଦେବା ଆଦି ନେଇ ଦିଲ୍ଲୀର ଏକ ଥାନାରେ ଅଭିଯୋଗ ହୋଇଥିଲା।